ସଡ଼କ ଦୁର୍ଘଟଣାରେ ଦୈନିକ ‘ସକାଳ’ର ସାମ୍ବାଦିକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ‘ସକାଳ’ ଖବର କାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ହଂସପାଳ ଛକରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସରୁ କାର୍ଯ୍ଯ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ […]

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ‘ସକାଳ’ ଖବର କାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା ।

ଗତକାଲି ବିଳମ୍ବିତ ରାତିରେ ହଂସପାଳ ଛକରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସରୁ କାର୍ଯ୍ଯ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଡ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି, ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମ କରିଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ‘ସକାଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ, ‘ସକାଳ’ର ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ଯ ନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର ମହେଶ୍ବର ସାହୁ, ବ୍ଯୁରୋ ମୁଖ୍ଯ ରଞ୍ଜିତ ମହାନ୍ତି ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

About The Author: The Sakala