ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶି ଆସିଥିବା ୨୬ ଟିକିଆ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲକୁ ନଷ୍ଟ କରିବା ସହ ଜନବସତିକୁ ଯାଇ ଘର ଭାଙ୍ଗି ଦେଉଥିବାର ଦେଖିବାକୁ ମିଳିଛି ।ସପ୍ତାହେ ଧରି ଏହି ହାତୀ ପଲଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଓ ବନ ବିଭାଗ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଗୁରୁବାର ରାତିରେ ଏହି ହାତୀ ପଲ ତାଳପଦା ଗ୍ରାମରେ ପଶି ସୁରୁବାଲି ହୋଙ୍କ ଘର ଭାଙ୍ଗି ଘରଭିତରେ ସାଇତି ରଖି ଥିବା ୧ କୁଇଣ୍ଟାଲ ଚାଉଳ, ୪ ବସ୍ତା ଧାନ ଖାଇ ଦେଇଥିଲେ। ସେହିପରି ସେହି ଗ୍ରାମର ବିଦା ପୂର୍ତ୍ତୀଙ୍କ ଘର କାନ୍ଥକୁ ଭାଙ୍ଗି ଦେବାରୁ ଘରେ ଶୋଇଥିବା ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ଗୋଟିଏ ଛେଳି ଛୁଆ ଉପରେ କାନ୍ଥ ପଡି ଯିବାରୁ ଛେଳି ଛୁଆର ମୃତ୍ୟୁ ଘଟିଛି। ଟୁକୁ ହୋଙ୍କ ଘର ହାତୀ ଭାଙ୍ଗି ଦେଇଥିବା ବେଳେ ତାଙ୍କର ବଗିଚାରେ ଥିବା କାଜୁ ଗଛକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି।ତୁର୍କା ଚାତାରଙ୍କ ୨୫୦ ବିଡ଼ା ଧାନ ଖାଇ ଦେଇଛନ୍ତି ।ଦିଲ୍ଲୀପ ହୋ ଖଳାରେ ରଖିଥିବା ଧାନ କୁ ହାତୀ ଖାଇଦେଇଛନ୍ତି। ଏହାପରେ ହାତୀ ପଲ ଗୌରୀଗଦା ଗ୍ରାମରେ ପହଞ୍ଚି ଭାଗଚାଷୀ ଗଣେଶ୍ୱର ପାତ୍ର ବିଲରେ ଧାନ କାଟି ରଖିଥିବା ୨୫୦ ବିଡ଼ା ଧାନ ଫସଲ ଖାଇ ଦେଇଥିବା ନେଇ ଖବର ମିଳିଛି। ହାତୀପଲ ଗୌରୀଗଦା ଗ୍ରାମ ନିକଟ ଜଙ୍ଗଲ ରେ ଥିବା ନେଇ ସୂଚନା ମିଳିଛି।
ଠାକୁରମୁଣ୍ଡା ଅଞ୍ଚଳରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର ଖାଇଲେ ଧାନ
ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶି ଆସିଥିବା ୨୬ ଟିକିଆ ହାତୀ ପଲ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଚାଷୀଙ୍କ ବ୍ୟାପକ ଧାନ ଫସଲକୁ ନଷ୍ଟ କରିବା ସହ ଜନବସତିକୁ ଯାଇ ଘର ଭାଙ୍ଗି ଦେଉଥିବାର ଦେଖିବାକୁ ମିଳିଛି ।ସପ୍ତାହେ ଧରି ଏହି ହାତୀ ପଲଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଓ ବନ ବିଭାଗ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଗୁରୁବାର ରାତିରେ ଏହି ହାତୀ ପଲ […]