ବାରିପଦା/କପ୍ତିପଦା: ବୁଧବାର ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନ କପ୍ତିପଦା ରେଞ୍ଜ ରାଇପାଲ ବିଟ ଶାରୀଶୁଆ ସେକ୍ସନ ପଦ୍ମପୋଖରୀ ଅଞ୍ଚଳରୁ ଏକ ହାତୀର ମୃତଦେହକୁ ବନବିଭାଗ ଠାବ କରିଛି । ମିଳିତ ଟାସ୍କ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବୋଲି ବାରିପଦା ବନଖଣ୍ଡ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ବାବଧାରକ ସନ୍ତୋଷ କୁମାର ଯୋଶୀ ପ୍ରକାଶ କରିଛନ୍ତି ।
ଶିମିଳିପାଳ ଅଭୟାରଣ୍ୟର ପଦ୍ମପୋଖରୀ ଗ୍ରାମ ନିକଟରେ ଏକ ମୃତ ଅଣ୍ଡିରା ହାତୀଟିକୁ ବନବିଭାଗ ଠାବ କରିଥିଲା। ଖବରପାଇ ବନଖଣ୍ଡ ଅଧିକାରୀ ଶ୍ରୀ ଯୋଶୀଙ୍କ ସହିତ ଅତିରିକ୍ତ ବନ ସଂରକ୍ଷକ ଦିଲ୍ଲିପ କୁମାର ବାରିକ, କପ୍ତିପଦା ରେଞ୍ଜର ଅଚ୍ୟୁତାନନ୍ଦ ଦାଶ , କପ୍ତିପଦାର ପ୍ରାଣୀ ଚିକିତ୍ସକ ଓ କପ୍ତିପଦା ରେଞ୍ଜର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ବୟସ ୧୦ରୁ ୧୫ବର୍ଷ ହୋଇଥିବା ବେଳେ ଦାନ୍ତ ଦୁଇଟି ରହିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।