ନାବାଳିକା ଦୁଷ୍କର୍ମତ୍କାରୀକୁ ୭ବର୍ଷ ୨ମାସର କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା ବୁଧବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ୨ମାସର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଏହା ବ୍ୟତିତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା […]

ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା ବୁଧବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ୨ମାସର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଏହା ବ୍ୟତିତ ପୀଡିତା ନାବାଳିକାକୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆସାମୀ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅଧୀନ ଗଡ଼ଶିମିଳିପାଳ ଗ୍ରାମର ନିର୍ମଳ କାଳୁନଡିଆ (୩୦)। ସେ ୨୦୧୬ ମାର୍ଚ୍ଚ ୧୨ତାରିଖରେ ଫୁଟବଲ ଖେଳ ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ଜୈନିକା ନାବାଳିକାକୁ ଅପହରଣ କରି ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ପୀଡିତା ନାବାଳିକା ଜଣକ ନିଜ ଘରକୁ ନଯାଇ ମାମୁଁ ଘରକୁ ଯାଇ ଘଟଣା ବାବଦ ଜଣାଇଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ପୀଡିତା ସ୍ଥାନୀୟ ଯଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ନାବାଳିକା ଦୁଷ୍କର୍ମ ମାମାଲା କେଶ ନମ୍ବର ୪୨/୧୬ରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପିଡିତା ବୟାନ ରେକର୍ଡ ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେ ଠାରୁ ଅଭିଯୁକ୍ତ ଜଣକ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲେ। ମାମଲାର ବିଚାର ସମୟରେ ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୁଲିସ ତଦନ୍ତର ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି। ଉକ୍ତ ମାମଲାକୁ ପୋକସୋ କୋର୍ଟର ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିଲେ।

About The Author: The Sakala