ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣ ବାଡିଆ ନିକଟ ହଳଦିଆବନ୍ଧ କେନାଲ ପାଣିରେ ବାଇକ ସହ ପଡି ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ, ବୁଧବାର ବିଳମ୍ବିତ ରାତିରେ ଚାନ୍ଦୁଆ ଥାନା ଅନ୍ତର୍ଗତ ହାତୀମଡା ଗ୍ରାମର ପଙ୍କଜ ବେହେରା (୨୮) ନିଜ ବାଇକ( ନଂ ଓଆର୍ ୧୧ କେ ୧୫୧୫)ରେ ଘରକୁ ଫେରୁଥିଲେ। ବାଇଗଣ ବାଡିଆ ଛକ ନିକଟରେ ବାଇକ ସହ ସହ କେନାଲ ପାଣି ଭିତରକୁ ଖସି ପଡିଥିଲେ। ଗୁରୁବାର ଭୋର୍ ସମୟରେ ସ୍ଥାନୀୟ ଲୋକମାନେ ଦେଖିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ବିଷୟରେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। କୁଳିଅଣା ପୁଲିସ ମୃତଦେହ ଉଦ୍ଧାର ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଓ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ଜଣାପଡିଛି।