ଉଦଳା: ଉଦଳା ଥାନା ବହୁବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ମହିଳାଙ୍କ ମୃତ୍ଯୁ ହୋଇଥିବା ଅଭିଯଗୋ ହୋଇଛି। ମୃତକଙ୍କ ନାଁ ରାଧିକା ମିରିଡିଆ ।
ସୂଚନା ଅନୁଯାୟୀ, ରାଧିକା ବିବାର ଏକ କଣ୍ଟା ମାଡ଼ି ଦେଇଥିଲେ। କଣ୍ଟା ମାଡି ଗୋଡ଼ରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହେବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ୩ଟି ଇଞ୍ଜେକେସନ ଦିଆଯାଇଥିଲା। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ରାଧିକାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ରାଧିକାଙ୍କ ମୃତ୍ୟୁ ହୋଇଥିଛି ବୋଲି ଅଭିଯୋଗ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଆଣିଛନ୍ତି। ଏନେଇ ଡାକ୍ତରଙ୍କ ସହିତ ମଧ୍ୟ ମୃତ ରାଧିକାଙ୍କ ପରିବାର ଲୋକେ ମୁହାଁମୁହିଁ ହୋଇଥିଲେ। ଏନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିଥିବା ଦେଖିବାକୁ ମିଳିଥିଲା।