ବାରିପଦା: ଝାରପୋଖରିଆ ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିବା ଅଭିଯୋଗରେ ବାରିପଦା ସଦର ଥାନା ଅଞ୍ଚଳର ଯୁବକକୁ ଝାରପୋଖରିଆ ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲଣ କରିଛି ।
ପୁଲିସ ସୂଚନା ଅନୁସାରେ, ଝାରପୋଖରିଆ ଥାନାରେ ପୀଡିତାଙ୍କ ପରିବାରଙ୍କ ଲିଖିତ ଅଭିଯୋଗ ମୁତାବକ ରବିବାର ଦିନ ଝିଅ ତା ସାଙ୍ଗ ଘରକୁ ଯାଉଛି କହି ଆଉ ଫେରିନଥିଲା । ବହୁ ଖୋଜାଖୋଜି ପରେ ନପାଇ ଶେଷରେ ଝାରପୋଖରିଆ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଏ ନେଇ ଝାରପୋଖରିଆ ପୁଲିସ ୨୪୨/୨୧ରେ ମାମଲା ରୁଜୁ କରି ନାବାଳିକାକୁ ବାରିପଦା ସଦର ଥାନା ଅଞ୍ଚଳର ଶିଖରଘାଟିର ଯୁବକ ପୂର୍ଣଚନ୍ଦ୍ର ସୋରେନକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲେ ପୁଲିସ। ନାବାଳିକା ଝିଅର ବୟାନ ରେକର୍ଡ଼ କରି ଡାକ୍ତରୀ ମାଇନା ପରେ ମାମଲା ରୁଜୁ ହେବା ସହ ମୁଖ୍ୟ ଅଭିଯୁକ୍ତ ପୂର୍ଣଚନ୍ଦ୍ରକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।