ଚିକିତ୍ସା ଆଳରେ ସ୍ତ୍ରୀର କିଡନୀ ବିକିଦେଲା ସ୍ବାମୀ

ମାଲକାନଗିରି: ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ସ୍ତ୍ରୀର କିଡନୀ ସ୍ୱାମୀ ବିକିଦେଇଥିବା ଅଭିଯୋଗ ହୋଇଛି। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ। ଅଭିଯୋଗ ଅନୁଯାୟୀ, ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ […]

ମାଲକାନଗିରି: ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ସ୍ତ୍ରୀର କିଡନୀ ସ୍ୱାମୀ ବିକିଦେଇଥିବା ଅଭିଯୋଗ ହୋଇଛି। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ।

ଅଭିଯୋଗ ଅନୁଯାୟୀ, ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ ପ୍ରଶାନ୍ତ। ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନ ଥିବା ଜଣାପଡ଼ିଥିଲା । ଯୋଜନା ମୁତାବକ ଏମଭି- ୩୮ ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

About The Author: The Sakala