ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ: ଭୁଶୁଡିଲା ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ ପାଚେରୀ, ବୁଡିଲା ଡଙ୍ଗା

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ସତିଗୁଡ଼ା ଜଳଭଣ୍ଡାରରେ କାଳବୈଶାଖୀ ପ୍ରଭାବରେ ଦୁଇଟି ଦେଶୀ ଡଙ୍ଗା ଓଲୋଟି ପଡ଼ିଛି। ଫଳରେ ଦୁଇ ମାଛ ଧରାଳି ନିଖୋଜ ଥିବା ସୂଚନା। ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଜୋରରେ ପବନ ହେବାରୁ ଡଙ୍ଗା ଗୁଡ଼ିକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସେହିପରି କାଳବୈଶାଖୀ ଝଡରେ ନିର୍ମାଣଧୀନ ମାଲକାନଗିରି ଏୟାର୍ ଷ୍ଟ୍ରିପର ପାଚେରୀ ଭୁଷୁଡି […]

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ସତିଗୁଡ଼ା ଜଳଭଣ୍ଡାରରେ କାଳବୈଶାଖୀ ପ୍ରଭାବରେ ଦୁଇଟି ଦେଶୀ ଡଙ୍ଗା ଓଲୋଟି ପଡ଼ିଛି। ଫଳରେ ଦୁଇ ମାଛ ଧରାଳି ନିଖୋଜ ଥିବା ସୂଚନା। ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ଜୋରରେ ପବନ ହେବାରୁ ଡଙ୍ଗା ଗୁଡ଼ିକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସେହିପରି କାଳବୈଶାଖୀ ଝଡରେ ନିର୍ମାଣଧୀନ ମାଲକାନଗିରି ଏୟାର୍ ଷ୍ଟ୍ରିପର ପାଚେରୀ ଭୁଷୁଡି ପଡିଛି । ପାଚେରୀ ତଳେ ଚାପି ହୋଇ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଅନ୍ୟପଟେ,  ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡି ପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ଅନେକଙ୍କ ଟିଣ ଛପର ଉଡ଼ିଯାଇଛି। ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି।

About The Author: The Sakala