ଆର୍ଥିକ ମେରୁଦଣ୍ତକୁ ସୁଦୃଢ କଲା ସରକାରୀ ଯୋଜନା: ରାହା ଦେଖାଇଲା ବ୍ରାଉନ କୁକୁଡା ଚାଷ

ମାଥିଲି: ମାଲକାନଗିରି ଜିଲା ମାଥିଲି ବ୍ଲକ ର ଦଳପତିଗୁଡାରେ କୁକୁଡା ଚାଷ କରି ଚର୍ଚ୍ଚା ପାଲଟିଛନ୍ତି ଆଦିବାସୀ ସ୍ବୟଂ ସହାୟିକା ଗୋଷ୍ଠୀ । ଦଳପତିଗୁଡା ଗାଁ ରେ ୧୦ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ସଦସ୍ୟ ରହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗତ ବର୍ଷ କରୋନା ସମୟରେ ଏହି ମହିଳା ଗୋଷ୍ଠୀଙ୍କୁ କୁକୁଡା ଚାଷ କରିବାକୁ ଯୋଜନାରେ ସାମିଲ କରାଯାଇଥିଲା । ତେବେ ମହିଳାମାନେ କରୋନା ସମୟରେ ଆର୍ଥିକ ପରିସ୍ଥିତି ଭଲ ନ ଥିଲା। […]

ମାଥିଲି: ମାଲକାନଗିରି ଜିଲା ମାଥିଲି ବ୍ଲକ ର ଦଳପତିଗୁଡାରେ କୁକୁଡା ଚାଷ କରି ଚର୍ଚ୍ଚା ପାଲଟିଛନ୍ତି ଆଦିବାସୀ ସ୍ବୟଂ ସହାୟିକା ଗୋଷ୍ଠୀ । ଦଳପତିଗୁଡା ଗାଁ ରେ ୧୦ ଜଣ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ସଦସ୍ୟ ରହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଗତ ବର୍ଷ କରୋନା ସମୟରେ ଏହି ମହିଳା ଗୋଷ୍ଠୀଙ୍କୁ କୁକୁଡା ଚାଷ କରିବାକୁ ଯୋଜନାରେ ସାମିଲ କରାଯାଇଥିଲା । ତେବେ ମହିଳାମାନେ କରୋନା ସମୟରେ ଆର୍ଥିକ ପରିସ୍ଥିତି ଭଲ ନ ଥିଲା। କାମଧନ୍ଦା ବନ୍ଦ ହୋଇଯିବା ପରେ ରୋଜଗାର ଉପାୟ ବନ୍ଦ ହୋଇଯାଇଥିଲା । ଏତିକି ବେଳେ ଦେବଦୂତ ଭଳି ସରକାରଙ୍କ ସ୍କିମରେ ସାମିଲ ହୋଇ ଆର୍ଥିକ ମେରୁଦଣ୍ତକୁ ସୁଦୃଢ କରିଛନ୍ତି । ଗ୍ରାମାଞ୍ଚଳରେ ବିକାଶ ପହଞ୍ଚାଇଛନ୍ତି ରାଜ୍ୟ ସରକାର । ତେବେ ୫୦ ପ୍ରତିଶତ ସବସିଡି ଛାଡ ରେ ୨ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଅର୍ଥରେ ପ୍ରଥମେ ମହିଳାମାନେ ଫାର୍ମ ତିଆରି କରିଥିଲେ । ପରେ କଳିଙ୍ଗ ବ୍ରାଉନ କିସମର ୨ ଶହ ଦେଶୀ ଅଣ୍ତାଦିଆ କୁକୁଡା ଫାର୍ମରେ ରଖିଥିଲେ । ବର୍ତ୍ତମାନ ଦୈନିକ ୧୦୦ ରୁ ୧୦୯ ଗୋଟି ଅଣ୍ତା ଦେଇ ବଞ୍ଚିବା ରାହା ଦେଖାଇଛି କୁକୁଡା ଚାଷ । ପ୍ରତିଦିନ ବଜାରରେ ୧୦ ଟଙ୍କା ଦରରେ ଦେଶୀ ଅଣ୍ତା ବିକ୍ରି କରାଯାଉଛି । ଅଂଚଳରେ ଆନ୍ଧ୍ରପ୍ରଦେଶ , ଛତିଶଗଡ ରାଜ୍ୟରୁ ବିଦେଶୀ ଅଣ୍ତା ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହୋଇଥାଏ । ତେବେ ଏହି ଦେଶୀ ଅଣ୍ତା ବଜାରରେ ସୁବିଧାରେ ଅଭାବ ପୂରଣ କରିପାରୁଛି ।

ପ୍ରତିଦିନ ମହିଳାମାନେ ପାଳି କରି କୁକୁଡାଙ୍କୁ ଖାଦ୍ୟ ଦେଇଥାନ୍ତି । ତେବେ ଅଳ୍ପ ସମୟରେ ଫାର୍ମରେ ସବୁ କାମ ତୁଲାଇବାକୁ ପଡେ । ଅନ୍ୟ ସମୟରେ ମହିଳାମାନେ ଘର କାମରେ ରହିଥାନ୍ତି । ଅଣ୍ତା ବିକ୍ରି କରି ପରିବାରର ପେଟ ପୋଷୁଛନ୍ତି ଏମାନେ । ଦୈନିକ ରୋଜଗାର ଯୋଗାଉଥିବା କୁକୁଡା ଚାଷ ଆର୍ଥିକ ସ୍ତରରେ ବେଶ ସ୍ବଚ୍ଛଳ ହୋଇପାରିଛି। ଏପଟେ ମାଥିଲି ଓଏଲଏମ ତରଫରୁ ମହିଳାମାନଙ୍କ ଉନ୍ନତମାନର କୁକୁଡା ଚାଷ କୁ ନେଇ ୧୨ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଇଛନ୍ତି । ମହିଳାମାନଙ୍କ ଏପରି ଚାଷ କାର୍ୟ୍ୟକୁ ମାଲକାନଗିରି ଜିଲାପାଳ ପ୍ରଶଂସା କରିଛନ୍ତି । ଏହାସହିତ ଏହି ଚାଷ ଏବେ ସ୍ଥାନୀୟ ଯୁବପୀଢିଙ୍କୁ ପ୍ରେରଣା ଯୋଗାଇଛି । ଏହି ସଫଳ କୁକୁଡା ଚାଷ ଦ୍ବାରା ପ୍ରାଣୀ ସମ୍ପଦର ମଧ୍ୟ ଏକପ୍ରକାର ସଫଳ ବୋଲି ମାଲକାନଗିରି ଜିଲ୍ଲା ପ୍ରାଣୀ ସଂପଦ ନୋଡାଲ ଅଧିକାରୀ ବିକାଶ ଚନ୍ଦ୍ର ସରଦାର କହିଛନ୍ତି ।

About The Author: The Sakala