ନକଲି ବନ୍ଧୁକ ଧାରୀଙ୍କ ଅସଲି ଚୋରି ଉଦ୍ଯମ, କାବୁକଲେ ଗ୍ରାମବାସୀ

The Sakala Picture
Published On

ପଦ୍ମଗିରି/ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଦ୍ମଗିରି ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦେଶ୍ୟ ନେଇ ପଶି ଆସି ଗ୍ରାମବାସୀଙ୍କ ଦ୍ବାରା ହେଲେ ବନ୍ଧା । ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଗ୍ରାମରେ ପଡୋଶୀ ଛତିଶଗଡ଼ ଅଞ୍ଚଳର ଏକ ଚୋର ଦଳ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏତିକି ବେଳେ ଗ୍ରାମର କିଛି ଲୋକ […]

ପଦ୍ମଗିରି/ମାଲକାନଗିରି: ମାଲକାନଗିରି ଜିଲ୍ଲାର ପଦ୍ମଗିରି ପଞ୍ଚାୟତରେ ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦେଶ୍ୟ ନେଇ ପଶି ଆସି ଗ୍ରାମବାସୀଙ୍କ ଦ୍ବାରା ହେଲେ ବନ୍ଧା ।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ

ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଗ୍ରାମରେ ପଡୋଶୀ ଛତିଶଗଡ଼ ଅଞ୍ଚଳର ଏକ ଚୋର ଦଳ ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏତିକି ବେଳେ ଗ୍ରାମର କିଛି ଲୋକ ଏହି ଚୋର ମାନଙ୍କୁ ଦେଖି ଅନ୍ୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଏହାପରେ କିଛି ଗ୍ରାମବାସୀ ମିଶି ଏହି ଚୋର ମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେହି ଚୋର ମାନଙ୍କ ନିକଟରେ ନକଲି ବନ୍ଧୁକ ଥିବାରୁ ସେହି ନକଲି ବନ୍ଧୁକ ଦେଖାଇ ଚୋରମାନେ ଲୋକଙ୍କୁ ଡରାଇ ବା ସହ ଖସି ଯିବାକୁ ଚେଷ୍ଟା କରୁଥିଲେ। ଏହାର ସୁଯୋଗ ନେଇ ଚୋର ଦଳରେ ଥିବା ୭ଜଣଙ୍କ ମଧ୍ୟରୁ ୪ ଚୋର ନକଲି ବନ୍ଧୁକ ଦେଖାଇ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଜଣ ଚୋର ଗ୍ରାମବାସୀଙ୍କ ଦ୍ବାରା ଧରା ପଡିଥିଲା । ଗ୍ରାମବାସୀ ମାନେ ସେହି ତିନିଜଣ ଚୋରଙ୍କୁ ବାନ୍ଧି ଅଟକ ରଖିବା ସହ ସେମାନଙ୍କ ନିକଟରେ ଥିବା ନକଲି ବନ୍ଧୁକ ଗୁଡିକୁ ଛଡାଇ ରଖିଥିଲେ । ଆଜି ସାକାଳୁ ଏନେଇ ଗ୍ରାମବାସୀ ମାଲକାନଗିରି ପୋଲିସକୁ ଖବର ଦେବା ପରେ ପୁଲିସ ସେଠାରେ ପହଞ୍ଚି ସେହି ଚୋର ମାନଙ୍କୁ ଗାଁରୁ ଆଣି ଥାନାରେ ଅଟକ ରଖି ଅଧିକ ପଚରା ଉଚାରା ଜାରି ରଖିଛି । ତେବେ ଛତିଶଗଡ଼ ଅଞ୍ଚଳରୁ ଏଭଳି ଚୋର ଦଳ ଆସିବା ପରେ ଗ୍ରାମରେ ଛନକା ପଶିଛି । ଗ୍ରାମବାସୀ ଏହାକୁ ଦେଖି ଆହୁରି ସତର୍କ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର