ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର; ୭ ଗାଁ ଜଳମଗ୍ନ, ୫୦୦ ଲୋକଙ୍କୁ ସ୍ଥାନାନ୍ତର

The Sakala Picture
Published On

ମାଲକାନଗିରି: ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି। […]

ମାଲକାନଗିରି: ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଅନୁସାରେ, ଗତକାଲି ଗୋଦାବରୀ ନଦୀରେ ୭୦ଫୁଟ ଉଚ୍ଚତାର ପାଣି ପ୍ରଭାବିତ ହେଉଥିବା ବେଳେ ଆଜି ୭୧ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ପାଖାପାଖି ୫୦ ହେକ୍ଟର ଜମି ଜଳମଗ୍ନ ରହିଛି । ମୋଟୁର କୁଇଗୁର ବ୍ରିଜ ଉପରେ ଆଜି ମଧ୍ୟ ୫ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ଠପ ହୋଇଛି । ୫ଟି NDRF ଟିମ୍‌ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି। ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

16 Jul 2022 By The Sakala

ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର; ୭ ଗାଁ ଜଳମଗ୍ନ, ୫୦୦ ଲୋକଙ୍କୁ ସ୍ଥାନାନ୍ତର

ମାଲକାନଗିରି: ଲଗାଣବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁ ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନୂଆ ମୋଟୁ ଓ ପୁରଣା ମୋଟୁରେ ବନ୍ୟା ଜଳ ପଶିଯାଇଛି। ପୁରୁଣାମୋଟୁରେ ଥିବା ୩ଟି ଗାଁର ୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗତକାଲି ଗୋଦାବରୀ ନଦୀରେ ୭୦ଫୁଟ ଉଚ୍ଚତାର ପାଣି ପ୍ରଭାବିତ ହେଉଥିବା ବେଳେ ଆଜି ୭୧ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି । ପାଖାପାଖି ୫୦ ହେକ୍ଟର ଜମି ଜଳମଗ୍ନ ରହିଛି । ମୋଟୁର କୁଇଗୁର ବ୍ରିଜ ଉପରେ ଆଜି ମଧ୍ୟ ୫ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ରାଞ୍ଚି ବିଜୟୱାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଚଳାଚଳ ଠପ ହୋଇଛି । ୫ଟି NDRF ଟିମ୍‌ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ନୂଆ ମୋଟୁ ଅଞ୍ଚଳର ୬ରୁ ୭ ଗାଁ ପାଣି ଘେରରେ ରହିଛି। ସେଠାକାର ଲୋକଙ୍କୁ ଦେଶୀ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଗତକାଲି ମାଲକାନଗିରି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ବନ୍ୟା ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ କର୍ମଚାର ମୋଟୁ ଅଞ୍ଚଳରେ ପହଞ୍ଚିଛନ୍ତି।

https://www.thesakala.in/latest-odisha-news/malkangiri/flood-situation-in-malkangiri-district-is-serious/article-13335
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର