ମନୋରଞ୍ଜନ
ଓଡ଼ିଶା
ପର୍ବ ପାଳନ ପାଇଁ ଚାନ୍ଦା ମାଗିବା ବେଳେ ଅଘଟଣ: ମାଡ଼ିଗଲା ବାଇକ୍, ଜଣେ ନାବାଳିକା ମୃତ ଓ ୨ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗୁଟମଗୁଡା ଗ୍ରାମରେ ଆଜି ଆମ୍ବ ପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରି ଚାନ୍ଦା ଆଦାୟ ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ମାଡିଯିବାରୁ ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ବେଳେ ୨ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଗୁଟମଗୁଡା ଗ୍ରାମରେ ଆଜି କିଛି ସ୍ଥାନୀୟ ଗ୍ରାମବାସୀ ଓ ଯୁବକ ଯୁବତୀ ମାନେ ଆମ୍ବ ପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରିବା ସହ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗୁଟମଗୁଡା ଗ୍ରାମରେ ଆଜି ଆମ୍ବ ପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରି ଚାନ୍ଦା ଆଦାୟ ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ମାଡିଯିବାରୁ ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ବେଳେ ୨ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ଗୁଟମଗୁଡା ଗ୍ରାମରେ ଆଜି କିଛି ସ୍ଥାନୀୟ ଗ୍ରାମବାସୀ ଓ ଯୁବକ ଯୁବତୀ ମାନେ ଆମ୍ବ ପର୍ବ ପାଳନ ନିମନ୍ତେ ରାସ୍ତା ଅବରୋଧ କରିବା ସହ ଯାତାୟାତ କରୁଥିବା ଗାଡି ଗୁଡିକ ଠାରୁ ଚାନ୍ଦା ଆଦାୟ କରୁଥିଲେ । ତେବେ ଏହି ସମୟରେ ହଠାତ୍ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲ ଏହି ଚାନ୍ଦା ଆଦାୟ କରୁଥିବା ପିଲାଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଉକ୍ତ ମୋଟର ସାଇକେଲ ଚାଳକକୁ ଗ୍ରାମବାସୀ ମାନେ ଧରି ମାଲକାନଗିରି ପୁଲିସ କୁ ହସ୍ତାନ୍ତର କରିଛନ୍ତି। ତେବେ ମୃତ ନାବାଳିକା ଜଣଙ୍କ ହେଲା ପ୍ରମିଳା ଦୁରୁଆ ବୟସ (୫) ହୋଇଥିବା ବେଳେ ଆହତ ମାନେ ହେଲେ ମୃତ ପ୍ରମିଳାଙ୍କ ବଡ଼ ଭଉଣୀ ଓ ଅନ୍ୟଜଣେ ପାରୋ ପଡ଼ିଆମୀ ବୟସ (୬) ବୋଲି ଜଣାପଡିଛି ।






