ସ୍କୁଲରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ପଡିଲା ମହଙ୍ଗା; ବହିଷ୍କୃତ ହେଲେ ୧୦ କନିଷ୍ଠ ଶିକ୍ଷକ

ମାଲକାନଗିରି: ମାଲକାନଗିରିରେ ବହିଷ୍କୃତ ହେଲେ ୧୦ କନିଷ୍ଠ ଶିକ୍ଷକ । ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ସ୍କୁଲରେ ଅନୁପସ୍ଥିତ ରହିବା ଯୋଗୁଁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ମାତ୍ର ନୋଟିସର କୌଣସି ଉତ୍ତର ନମିଳିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଛି ଯେ ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ […]

ମାଲକାନଗିରି: ମାଲକାନଗିରିରେ ବହିଷ୍କୃତ ହେଲେ ୧୦ କନିଷ୍ଠ ଶିକ୍ଷକ । ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ସ୍କୁଲରେ ଅନୁପସ୍ଥିତ ରହିବା ଯୋଗୁଁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ମାତ୍ର ନୋଟିସର କୌଣସି ଉତ୍ତର ନମିଳିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।

ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଛି ଯେ ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସନ୍ତୋଷ କୁମାର ସ୍ୱାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ନିଜ ସ୍କୁଲରେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ। ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଗଣମାଧ୍ୟମରେ ଏ ନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା। ମାତ୍ର ନୋଟିସର କୌଣସି ଜବାବ ନ ଦେବାରୁ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା କାର୍ଯ୍ୟରୁ ବହିଷ୍କୃତ କରିଥିବା କହିଛନ୍ତି।

About The Author: The Sakala