ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ। ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍।ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉଛି । ପ୍ରତ୍ୟେକ ନିର୍ବାଚନ ଏକ ନୂଆ ପରୀକ୍ଷା ବୋଲି ଭାରତୀୟ ନିର୍ବାଚନ କମିସନ ରାଜୀବ କୁମାର କହିଛନ୍ତି। ଫେକ୍ ଖବର ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦେଶରେ ମୋଟ ୯୭ କୋଟି ପଂଜୀକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଦେଢ଼ କୋଟି ପୋଲିଂ ଅଫିସର ନିୟୋଜିତ ହେବେ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍ ।
ପ୍ରଥମ ଥର ପାଇଁ ଭୋଟ ଦେବେ ୧କୋଟି ୮୨ଲକ୍ଷ ନୂଆ ଭୋଟର । ୧୮ରୁ ୨୯ ବର୍ଷ ବର୍ଗର ଭୋଟର ସଂଖ୍ୟା ୨୧ କୋଟି । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ । ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର ରହିଛି। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଗ୍ରହଣ କରାଯାଇଛି। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର । ଘରେ ଫର୍ମ ପହଞ୍ଚାଇ ଦିଆଯିବ, ପରେ ସଂଗ୍ରହ କରାଯିବ ।
ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ ।ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ। କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ, କାରଣ ଦର୍ଶାଇବେ ।