ଭୁବନେଶ୍ବର: ବନ୍ଦ ହେଲା ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତି। ଶୀତଳ ଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତି ନକରି ସିଧା ସାହାଣମେଲା ଦର୍ଶନ କରିବାରୁ ନୀତି ବନ୍ଦ ରହିଥିବା ସୂଚନା। ମନ୍ଦିରରେ ନୀତି ବନ୍ଦ ହେତୁ କେଦାରଗୌରୀ ମନ୍ଦିରରେ ମଧ୍ୟ ଥିବା ଚଳନ୍ତି ପ୍ରତିମାଙ୍କ ମଧ୍ୟ ନୀତି ବନ୍ଦ ରହିଛି।
ଅନ୍ୟପଟେ, ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ନ କରିବା ପାଇଁ ସେବାୟତଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ସୁରେଶ ରାଉତରାୟ । ସବୁ ସେବାୟତ ଏକ ହୋଇ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।