ବୌଦ୍ଧ: ଆଶ୍ଚର୍ଯ୍ୟ ର କଥା , ମାଟି ତଳୁ ବାହାରୁଛି ପୁଳା ପୁଳା ରତ୍ନ ପଥର । ବନ୍ଧ ଖନନ ବେଳେ ମିଳୁଛି କେଜି କେଜି ରତ୍ନ ପଥର । ରତ୍ନ ପଥର ସବୁ ବୋହି ନେବା ପାଇଁ ଲାଗିଛି ଲୋକଙ୍କ ପ୍ରବଳ ଭିଡ। ଏହା ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ପଂଚାୟତ ଅନ୍ତର୍ଗତ ସରଧାପାଲି ଗ୍ରାମର ଘଟଣା ।
ସୂଚନା ଅନୁଯାୟୀ, ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗ୍ରାମରେ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ସମୟରେ ଶ୍ରମିକ ମାନେ ବିଭିନ୍ନ ପ୍ରକାର ର ରତ୍ନ ପଥର ଦେଖିବାକୁ ପାଇଥିଲେ। ଏହି ଘଟଣା ପ୍ରଚାର ହେବା ପରେ ଶହଶହ ଲୋକ ସେଠାକୁ ଯାଇ ମାଟି ଖୋଲିବାରେ ଲାଗି ପଡିଛନ୍ତି । ସେଠାରେ ପ୍ରବଳ ଭିଡ ଲାଗିରହିଥିଲା । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରିକରି ଲାଭବାନ ହୋଇଥିବା ଖବର ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଫରେନସିକ ଟିମ ତଦାରଖ ପାଇଁ ସୁପାରିସ କରାଯାଇଥିବା ଜଣାପଡ଼ିଛି ।