ଭିିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ, ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ...

କୋରାପୁଟ:  ଭିଜିଲାନ୍ସ  ଜାଲରେ ଲାଞ୍ଚୁଆ ପୁଲିସ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଁସଦାଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ କାବୁ କରିଛି। ଏକ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦଶମନ୍ତପୁର ଥାନାରେ ଥିବା ଏକ ପୁରୁଣା ମାମଲାକୁ ରଫାଦଫା କରିବା ପାଇଁ ଥାନା ଅଧିକାରୀ ସୁକମା ହାଁସଦା ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦାବି କରିଥିଲେ। ପୂର୍ବ ଯୋଜନା ମୁତାବକ, ଗୁରୁବାର ସେ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଛକି ରହିଥିବା ଜୟପୁର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବର୍ତ୍ତମାନ ଦଶମନ୍ତପୁର ଥାନା ସମେତ ସୁକମା ହାଁସଦାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।

About The Author: Deviprasad Mohanty