ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଇଞ୍ଜିନିୟର ଛାତ୍ର ଗିରଫ, ୨୧ କିଲୋ ଗଞ୍ଜେଇ ଜବତ

କୋରାପୁଟ: ନନ୍ଦପୁର ଆଇ ବି ଛକ ନିକଟରୁ ପୁଲିସ ଏକ କାରରୁ ୨୧ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରି ଥିବା ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ତିନି ଜଣ ତେଲେଙ୍ଗାନା ପାଲ୍ଭାଞ୍ଚା ଥାନା ଅଂଚଳର ଚାମାକୁରି ଦେବେନ୍ଦ୍ର ଗୌଡ଼, ରୀଙ୍କାପାଲୁ ସନ୍ତୋଷ ଓ ବରୁଣ ତେଜା ହୋଇଥିବାବେଳେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣା ପଡିଛି। ଟିଏସ ୦୩ ଏଫବି […]

କୋରାପୁଟ: ନନ୍ଦପୁର ଆଇ ବି ଛକ ନିକଟରୁ ପୁଲିସ ଏକ କାରରୁ ୨୧ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରି ଥିବା ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ତିନି ଜଣ ତେଲେଙ୍ଗାନା ପାଲ୍ଭାଞ୍ଚା ଥାନା ଅଂଚଳର ଚାମାକୁରି ଦେବେନ୍ଦ୍ର ଗୌଡ଼, ରୀଙ୍କାପାଲୁ ସନ୍ତୋଷ ଓ ବରୁଣ ତେଜା ହୋଇଥିବାବେଳେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣା ପଡିଛି। ଟିଏସ ୦୩ ଏଫବି ୫୪୯୧ ନମ୍ବର କାରରେ ଜଲାପୁଟ ଅଞ୍ଚଳରୁ ନନ୍ଦପୁର ଦେଇ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିବା ପରେ ନନ୍ଦପୁର ଏସ ଡି ପି ଓ ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ଲାକ୍ରା ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ଆଇ ବି ଛକରେ ସୋମବାର ବିଳମ୍ବିତ ରାତିରେ ନାକାବନ୍ଦି କରିଥିଲେ । ଉକ୍ତ କାର ପହଞ୍ଚିବା ପରେ ପୁଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା ଓ କାରରୁ ଏକ ଜରି ଅଖାରେ ପେକିଙ୍ଗ କରା ଯାଇଥିବା ୨୧ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ନନ୍ଦପୁର ଥାନାରେ ଏନ୍ ଡି ପି ଏସ ଆକ୍ଟରେ ଏକ ମାମଲା (କେଶ ନମ୍ବର ୫୯/୨୦୨୩) ରୁଜୁ କରା ଯାଇଥିବାବେଳେ ସବ୍ ଇନ୍ସପେକ୍ଟର ଦୀପ୍ତି ମୟୀ ଧାରୁଆ ତଦନ୍ତ ଜାରି ରଖିଥିବା ଏସ ଡି ପି ଓ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

About The Author: The Sakala