ଏସଟିଏଫ ଚଢ଼ାଉ: ପୁଣି ବିପୁଳ ପରିମାଣର ବ୍ରାଉନସୁଗର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏସଟିଏଫର ଚଢ଼ାଉ। ବିପୁଳ ପରିମାଣର ବ୍ରାଉନସୁଗର ଜବତ କଲା ଏସଟିଏଫ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ସାମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବାପରେ ବଜାର ଭିତରେ ଥିବା ଏକ ପରିବା ଦୋକାନରେ ମଧ୍ୟ ଚଢ଼ାଉ କରିଥିଲେ। ପଶ୍ଚିମବଙ୍ଗରୁ ବାଲେଶ୍ବର, ସେଠୁ ଖୋର୍ଦ୍ଧାକୁ ରାଜେନ୍ଦ୍ର ବ୍ରାଉନ ସୁଗାର ଆଣି ଖୋର୍ଦ୍ଧାରେ ପେଣ୍ଠ କରିଥିଲା। ଏଠାରୁ ବିଭିନ୍ନ ଅଞ୍ଚଳକୁ ଚାଲାଣ […]

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଏସଟିଏଫର ଚଢ଼ାଉ। ବିପୁଳ ପରିମାଣର ବ୍ରାଉନସୁଗର ଜବତ କଲା ଏସଟିଏଫ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ସାମନ୍ତରାପୁର ଅଞ୍ଚଳର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବାପରେ ବଜାର ଭିତରେ ଥିବା ଏକ ପରିବା ଦୋକାନରେ ମଧ୍ୟ ଚଢ଼ାଉ କରିଥିଲେ। ପଶ୍ଚିମବଙ୍ଗରୁ ବାଲେଶ୍ବର, ସେଠୁ ଖୋର୍ଦ୍ଧାକୁ ରାଜେନ୍ଦ୍ର ବ୍ରାଉନ ସୁଗାର ଆଣି ଖୋର୍ଦ୍ଧାରେ ପେଣ୍ଠ କରିଥିଲା। ଏଠାରୁ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ଏସଟିଏଫ ଫ୍ଲାଇଙ୍ଗ  ସ୍କ୍ୱାର୍ଡ ଅଧିକାରୀ ଦେବାଶିଷ ପଟେଲ ସୂଚନା ଦେଇଛନ୍ତ।

About The Author: The Sakala