ବ୍ରାଉନସୁଗାର ଡିଲବେଳେ ଚଢ଼ାଉ କଲା ପୋଲିସ; ଲେଡିଡନ ସମେତ ୬ଗିରଫ, ୨୬୨ ଗ୍ରାମ ବ୍ରାଉନସୁଗର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର। ପୋଲିସ ଯେତେ ଧରିଲେ ମଧ୍ୟ ଏହି ନିଶା କାରବାର ସେତେ ବଢୁଛି। ଜେଲ ଭିତରେ ଥାଇ ମୋବାଇଲ ଯୋଗେ କରୁଥିଲେ ଡିଲ। ଜେଲ ସୂପରିଟେଣ୍ଡଙ୍କ ଠାରୁ ସୁରାକ ପାଇ ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରିଥିଲା। ସେଠାରୁ ୬ଜଣଙ୍କୁ ଗିରଫ କରିବା ସହ ୨୬୨ଗ୍ରାମ ବ୍ରାଉନ ସୁଗର, ଦାମୀ ମୋବାଇଲ, […]

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର ବେପାର। ପୋଲିସ ଯେତେ ଧରିଲେ ମଧ୍ୟ ଏହି ନିଶା କାରବାର ସେତେ ବଢୁଛି। ଜେଲ ଭିତରେ ଥାଇ ମୋବାଇଲ ଯୋଗେ କରୁଥିଲେ ଡିଲ। ଜେଲ ସୂପରିଟେଣ୍ଡଙ୍କ ଠାରୁ ସୁରାକ ପାଇ ଏସଡିପିଓ ଦିଲ୍ଲୀପ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରିଥିଲା। ସେଠାରୁ ୬ଜଣଙ୍କୁ ଗିରଫ କରିବା ସହ ୨୬୨ଗ୍ରାମ ବ୍ରାଉନ ସୁଗର, ଦାମୀ ମୋବାଇଲ, ଏକ ସ୍କର୍ପିଓ ଗାଡ଼ି ଜବତ କରିଛି। ଗିରଫ ନିଶା ମାଫିଆମାନେ ପୂର୍ବରୁ ମଧ୍ୟ ଏହି ଧଳା ଜହର ବେପାରରେ ସଂପୃକ୍ତ ରହିଥିଲେ ବୋଲି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବ୍ରାଉନସୁଗର ବେପାରକୁ ରୋକିବା ଲାଗି ପୋଲିସ ମଧ୍ୟ ଦୃଢ଼ ପଦକ୍ଷେପ ନେଇ ନିଶା ମାଫିଆଙ୍କୁ ଗିରଫ କରିଛି।

About The Author: The Sakala