ନିରାକାରପୁର: ହାତୀଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଘୁରି ବୁଲୁଥିବା ହାତୀମାନଙ୍କ ଉପରେ ନଜର ରଖିବା ଓ ତାଙ୍କ ଗତିବିଧି ଜାଣିବା ପାଇଁ ବାହାର ରାଜ୍ୟର କିଛି ହାତୀ ବିଶେଷଜ୍ଞଦଳ ଆସି ଖୋର୍ଦ୍ଧାର ୩/୪ ଦିନ ହେବ ଆସି ଡେରା ପକାଇ ରହିଥିଲେ। ସେମାନେ ହାତୀକୁ ଟ୍ରାଙ୍କୁଲାଇଜ କରି ଗତିବିଧି ଜାଣିବା ପାଇଁ ଶରୀରରେ ରେଡ଼ିଓ କଳାର ଲଗାଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ପ୍ରଥମେ ଜଙ୍କିଆ ମୁଣ୍ଡାମ୍ବରେ ଥିବା ଏକ ନରହନ୍ତା ମାରଣା ହାତୀକୁ ଟାର୍ଗେଟ କରି ବନ ବିଭାଗ ଓ ବିଶେଷଜ୍ଞ ଦଳ ଗତ କାଲି ରାତିରୁ ନଜର ରଖି ଆଜି ଭୋରୁ ଟ୍ରାଙ୍କୁଲାଇଜ କରିଥିଲେ। ଏଥିରେ ହାତୀଟି ଉଗ୍ର ହୋଇ ପାଖରେ ଥିବା ଫରେଷ୍ଟର ସିଧୁ ଚରଣ ସିଂ , ଏସିଏଫ୍ ଅରବିନ୍ଦ ମହାନ୍ତି ଓ ଦୁଇଜଣ ବିଶେଷଜ୍ଞ ଦଳ ସଭ୍ୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ଫରେଷ୍ଟର ଶ୍ରୀ ସିଂ ଗୁରୁତର ଆହତ ହୋଇଛନ୍ତି। ଦୌଡଦୌଡ଼ି କରି ଏସି ଏଫ୍ ଓ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡିଛି। ସମସ୍ତେ ବର୍ତ୍ତମାନ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି। ଖୋର୍ଦ୍ଧା ଡିଏଫଓ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି।
ଟ୍ରାଙ୍କୁଲାଇଜ ବେଳେ ଅଘଟଣ, ହାତୀ ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୪ ଆହତ
ନିରାକାରପୁର: ହାତୀଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଘୁରି ବୁଲୁଥିବା ହାତୀମାନଙ୍କ ଉପରେ ନଜର ରଖିବା ଓ ତାଙ୍କ ଗତିବିଧି ଜାଣିବା ପାଇଁ ବାହାର ରାଜ୍ୟର କିଛି ହାତୀ ବିଶେଷଜ୍ଞଦଳ ଆସି ଖୋର୍ଦ୍ଧାର ୩/୪ ଦିନ ହେବ ଆସି ଡେରା ପକାଇ ରହିଥିଲେ। ସେମାନେ ହାତୀକୁ ଟ୍ରାଙ୍କୁଲାଇଜ କରି ଗତିବିଧି ଜାଣିବା ପାଇଁ ଶରୀରରେ ରେଡ଼ିଓ କଳାର ଲଗାଇବା ପାଇଁ ପ୍ରୟାସ ଜାରି ରଖିଥିଲେ। ପ୍ରଥମେ ଜଙ୍କିଆ ମୁଣ୍ଡାମ୍ବରେ ଥିବା ଏକ […]