ପ୍ରେମ ସମ୍ପର୍କକୁ ନେଇ ଯୋଡ଼ା ଥାନାରେ ହାଇଡ୍ରାମା: ନାବାଳକ ପ୍ରେମିକ ଓ ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ଛତିଶଗଡ ପୁଲିସ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଆଜି ଛତିଶଗଡ ପୁଲିସର ହାଇଡ୍ରାମା ଦେଖିବା ପାଇଁ ମିଳିଛି। ଛତିଶଗଡରୁ ଫେରାର ହୋଇଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିବା ପରେ ପୁଲିସ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଛତିଶଗଡ ପୁଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ରୋହିତ ନାମକ ଯୁବକ ଛତିଶଗଡ ରାଜ୍ୟର ଜଣେ ନାବାଳିକା ସହିତ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଯୁବକ ଜଣକ ନାବାଳିକା […]

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଆଜି ଛତିଶଗଡ ପୁଲିସର ହାଇଡ୍ରାମା ଦେଖିବା ପାଇଁ ମିଳିଛି। ଛତିଶଗଡରୁ ଫେରାର ହୋଇଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିବା ପରେ ପୁଲିସ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଛତିଶଗଡ ପୁଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ରୋହିତ ନାମକ ଯୁବକ ଛତିଶଗଡ ରାଜ୍ୟର ଜଣେ ନାବାଳିକା ସହିତ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଯୁବକ ଜଣକ ନାବାଳିକା ପ୍ରେମିକାକୁ ଛତିଶଗଡରୁ କିଛି ମାସ ହେବ ଧରି ପଳାଇ ଆସି ଯୋଡ଼ାରେ ରହୁଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଛତିଶଗଡ଼ର ସୀତାପୁର ଥାନାରେ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତି କରି ଛତିଶଗଡ଼ ପୁଲିସ ବହୁତ ଅନୁସନ୍ଧାନ ପରେ ଯୋଡ଼ାରେ ପ୍ରେମୀଯୁଗଳ ରହିଥିବା ଜାଣିବାକୁ ପାଇଥିଲା। ବୁଧବାର ଛତିଶଗଡ଼ ପୁଲିସ ଯୋଡ଼ାକୁ ଆସି ଯୋଡ଼ା ପୁଲିସର ସହାୟତା ନେଇ ପ୍ରେମୀଯୁଗଳକୁ ଧରି ଥାନାକୁ ଆଣିଥିଲେ।

ଏହା ପ୍ରଘଟ ହେବା ପରେ ଯୋଡ଼ାର ସ୍ଥାନୀୟ ବସ୍ତି ବାସିନ୍ଦା ମାନେ ଥାନାକୁ ଆସି ଯୁବକ ଜଣକୁ ଛତିଶଗଡ଼ ପୁଲିସ ଛାଡି ଦେବା ପାଇଁ ଜିଦ କରିଥିଲେ । ଛତିଶଗଡ଼ ପୁଲିସ ଲୋକଙ୍କ କଥାକୁ ନ ଶୁଣି ଥାନାର ପଛ ଦ୍ବାର ଦେଇ ପ୍ରେମୀ ଯୁଗଳଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ହେଁ ପୁଲିସ ଗାଡି ସମ୍ମୁଖରେ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରି ଅଟକାଇ ଥିଲେ । ଦୀର୍ଘ ସମୟ ଧରି ଏହା ଲାଗି ରହିଥିଲା, ତେବେ ଯୁବକ ଜଣକ ଅନାଥ ଥିବାବେଳେ ତାର ଛୋଟ ଛୋଟ ୩ ଜଣ ଭଉଣୀ ଥିବାରୁ ଦେଖାଶୁଣା ପାଇଁ ଯୁବକ ଜଣକୁ ଛାଡି ଦେବା ପାଇଁ ଲୋକେ ଦାବି କରିଥିଲେ । ଏହି ଘଟଣା ଘଟିବା ପରେ ଛତିଶଗଡ଼ ପୁଲିସ ପ୍ରେମିକ ଯୁବକଙ୍କୁ ନନେଇ ଯୋଡ଼ା ପୁଲିସର ସହାୟତାରେ ଉଭୟ ପରିବାର ବର୍ଗଙ୍କ ସହିତ ଆଲୋଚନା ଜାରି ରହିଛି । ତେବେ ପ୍ରେମିକ ରୋହିତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାର୍ଥି ହୋଇଥିବା ବେଳେ ତାଙ୍କୁ ଛତିଶଗଡ଼ ପୁଲିସ ଧରିବା ପରେ ଆଜି ସେ ପରୀକ୍ଷା ଦେବାରୁ ବଞ୍ଚିତ ରହିଥିବା ଜଣାପଡିଛି। ଯୋଡ଼ା ପୁଲିସର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟ ରେ ସମାଧାନ ଚାଲିଥିବା ବେଳେ ଖବର ଲେଖା ହେଲା ପର୍ଯ୍ଯନ୍ତ କୌଣସି ସମାଧାନର ବାଟ ବାହାରି ନାହିଁ।

About The Author: The Sakala