ଖବର କାଗଜ ବିତରକଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

ଚମ୍ପୁଆ: ବୁଧବାର ସକାଳେ ଚମ୍ପୁଆର ଜଣାଶୁଣା ଖବର କାଗଜ ବିତରକ ଓଁକାର ସାହୁଙ୍କ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାରେ ଦେହାନ୍ତ ଘଟିଛି। ସେ ଗତ ୮ ଦିନ ଧରି ଅସୁସ୍ଥ ହୋଇ ପୀଡ଼ିତ ଥିଲେ। ଗତ କାଲି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର କଳା ଝାଡ଼ା ହୋଇଥିଲା। ସେ ଆଜି ସକାଳୁ କେନ୍ଧୁଝର ଡାକ୍ତର ଖାନକୁ ସ୍ଥାନାନ୍ତରିତ ହୋଇଥିଲେ। ସେ ଗତ ୩୦ବର୍ଷ ଧରି ବିଭିନ୍ନ ଖବର କାଗଜ ଚମ୍ପୁଆ ବସ […]

ଚମ୍ପୁଆ: ବୁଧବାର ସକାଳେ ଚମ୍ପୁଆର ଜଣାଶୁଣା ଖବର କାଗଜ ବିତରକ ଓଁକାର ସାହୁଙ୍କ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାରେ ଦେହାନ୍ତ ଘଟିଛି। ସେ ଗତ ୮ ଦିନ ଧରି ଅସୁସ୍ଥ ହୋଇ ପୀଡ଼ିତ ଥିଲେ। ଗତ କାଲି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର କଳା ଝାଡ଼ା ହୋଇଥିଲା। ସେ ଆଜି ସକାଳୁ କେନ୍ଧୁଝର ଡାକ୍ତର ଖାନକୁ ସ୍ଥାନାନ୍ତରିତ ହୋଇଥିଲେ। ସେ ଗତ ୩୦ବର୍ଷ ଧରି ବିଭିନ୍ନ ଖବର କାଗଜ ଚମ୍ପୁଆ ବସ ଷ୍ଟାଣ୍ଡ ନିକଟରେ ବିକ୍ରି କରୁଥିଲେ । ତାଙ୍କ ମୃତ୍ୟୁରେ ଚମ୍ପୁଆ ସକାଳ ପ୍ରତିନିଧି ସଞ୍ଜୀବ ରାଜ ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ଶରତ ଦାସ ଦୁଃଖ ପ୍ରକାଶ କରିବା ସହ ଚମ୍ପୁଆ ପ୍ରେସ କ୍ଲବ ତରଫରୁ ମଧ୍ୟ ଗଭୀର ଶୋକ ପ୍ରକାଶ କରାଯାଇଛି।

About The Author: The Sakala