ବନବୀର ଜଙ୍ଗଲରେ ହାତୀପଲ; ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି, ଲୋକେ ଆତଙ୍କିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଦମାହୁଦା ବିଟ ଅନ୍ତର୍ଗତ ବନବୀର ଜଙ୍ଗଲରେ ଡେରା ପକାଇଛନ୍ତି ୧୦ ଟିକିଆ ହାତୀପଲ । ଏହି ହାତୀପଲ ଆଖପାଖ ଚାଷ ଜମିରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଦିନ ବେଳା ଏହି ହାତୀପଲ ଜଙ୍ଗଲ ଭିତରେ ରହୁଥିବା ବେଳେ ନଦୀ ପାର ହୋଇ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲେ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡୁଛନ୍ତି । ଏହି […]

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଦମାହୁଦା ବିଟ ଅନ୍ତର୍ଗତ ବନବୀର ଜଙ୍ଗଲରେ ଡେରା ପକାଇଛନ୍ତି ୧୦ ଟିକିଆ ହାତୀପଲ । ଏହି ହାତୀପଲ ଆଖପାଖ ଚାଷ ଜମିରେ ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଦିନ ବେଳା ଏହି ହାତୀପଲ ଜଙ୍ଗଲ ଭିତରେ ରହୁଥିବା ବେଳେ ନଦୀ ପାର ହୋଇ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲେ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡୁଛନ୍ତି । ଏହି ହାତୀପଲ ଏବେ ତେଲ ନଦୀ ପାରକରି ମୟୁରଭଞ୍ଜ ଜିଲ୍ଲାର ଚତୁରୀ ସାହି ଜଙ୍ଗଲରେ ଡେରା ପକାଇ ଥିବା ବେଳେ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ  ସୂଚନା ଦେଇଛନ୍ତି।

About The Author: The Sakala