ଜମିବାଡି ବିବାଦକୁ କେନ୍ଦ୍ରକରି ସାନଭାଇକୁ ପିଟିପିଟି ମାରିଦେଲେ ବଡଭାଇର ପରିବାର ଲୋକେ

ମହାକାଳପଡ଼ା: ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ଓ ତାଙ୍କ ପୁଅ ଆକ୍ରମଣରେ ସାନଭାଇ ଗୋଲେଖ ଚନ୍ଦ୍ର ନାଉରିଙ୍କ ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, ବାରଡାଙ୍ଗ ଗ୍ରାମର ଗୋଲେଖ ନାଉରୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ବିବାଦ ଥିଲା। ଗୋଲେଖ ତାଙ୍କ ଜମିରେ ମାଟି ପକାଉଥିବା ସମୟରେ ତାଙ୍କ ବଡ଼ଭାଇ ଅଭୟ ନାଉରୀଙ୍କ ପରିବାର ସହିତ ଝଗଡ଼ା ହୋଇଥିଲା। ଝଗଡ଼ା କିଛି ସମୟ ପରେ ଗଣ୍ଡଗୋଳର ରୂପ ନେଇଥିଲା। ଏଥିରେ ଗୋଲେଖଙ୍କୁ ଆକ୍ରମଣ କରାଯାଇଥିଲା। ଗୁରୁତର ଭାବେ ଗୋଲେଖଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହାକାଳପଡ଼ା ପୁଲିସ ବଡ଼ଭାଇ ଅଭୟ ନାଉରୀଙ୍କ ସମେତ ତାଙ୍କ ପତ୍ନୀ ରେଣୁକା ନାଉରୀ ଓ ତାଙ୍କ ବୋହୂକୁ ଉଠାଇ ନେଇଥିବା ଜଣାପଡ଼ିଛି। 

About The Author: Madhusudan Das