ପ୍ରବଳ ବର୍ଷାରେ ବେହାଲ ଫୁଲବାଣୀ: ଅନେକ କଚା ଘର ସହ ଭାଙ୍ଗିଲା ସ୍ମାର୍ଟ ପାର୍କ ପାଚେରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଗାତାର ଭାବେ ଗତ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି। ଜିଲ୍ଲାର ସବୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀ ସବୁ ଫୁଲି ଉଠିଛି। ଗତ ରାତି ରୁ ଫୁଲବାଣୀ ସମେତ ସାରା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅନେକ କଚା ଘର ଭାଙ୍ଗି ଯାଇଛି। ଫୁଲବାଣୀ ସହରର ସ୍ଥିତି ବେହାଲ ହୋଇଛି। ସହର ଦେଇ ଯାଇଥିବା ପିଲା ସାଲୁଙ୍କି ନଦୀ ଫୁଲି ଉଠିଥିବା ବେଳେ […]

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଗାତାର ଭାବେ ଗତ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି। ଜିଲ୍ଲାର ସବୁ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ନଦୀ ସବୁ ଫୁଲି ଉଠିଛି। ଗତ ରାତି ରୁ ଫୁଲବାଣୀ ସମେତ ସାରା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଅନେକ କଚା ଘର ଭାଙ୍ଗି ଯାଇଛି। ଫୁଲବାଣୀ ସହରର ସ୍ଥିତି ବେହାଲ ହୋଇଛି। ସହର ଦେଇ ଯାଇଥିବା ପିଲା ସାଲୁଙ୍କି ନଦୀ ଫୁଲି ଉଠିଥିବା ବେଳେ ନଦୀ ପାର୍ଶ୍ଵବର୍ତ୍ତୀ ଓ ତଳି ଅଞ୍ଚଳକୁ ପାଣି ଛୁଇଁଛି। ବିପଦପୂର୍ଣ୍ଣ ଭାବେ ଶହ ଶହ ପରିବାର ରହିଛନ୍ତି। ନଦୀ ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଥିବାରୁ ବିପଦ ବଢ଼ିଛି।

About The Author: The Sakala