ଓଡିଶାର ଆଦିବାସୀ କଳା ଐତିହ୍ୟକୁ ବେଦାନ୍ତ ଆଲୁମିନିୟମର ପ୍ରୋତ୍ସାହନ, ଭବାନୀପାଟଣାରେ ପାଳନ କଲା ବିଶ୍ୱ କଳା ଦିବସ

ଭବାନୀପାଟଣା  : ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଭାବନୀପାଟଣାର ଥୁଆମୂଳ ରାମପୁରସ୍ଥିର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡିଶାର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପାଳନ କରିଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରବା ଏବଂ ପାରମ୍ପିକ କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବେଦାନ୍ତର ସିଜିମାଳି ବକ୍ସାଇଟ୍‍ ଟିମ୍‍ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା କଳାହାଣ୍ଡି କଳା ଓ […]

ଭବାନୀପାଟଣା  : ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଭାବନୀପାଟଣାର ଥୁଆମୂଳ ରାମପୁରସ୍ଥିର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଓଡିଶାର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପାଳନ କରିଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରବା ଏବଂ ପାରମ୍ପିକ କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବେଦାନ୍ତର ସିଜିମାଳି ବକ୍ସାଇଟ୍‍ ଟିମ୍‍ ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା କଳାହାଣ୍ଡି କଳା ଓ ଗବେଷଣା ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ଦ୍ୱାରା ପରିଚାଳିତ ଓଡିଶାର ସର୍ବ ପୁରାତନ ଆଦବାସୀ କଳା ମଧ୍ୟରୁ ଅନ୍ୟତମ ସଉରା କଳା ଉପରେ ଏକ କର୍ମଶାଳା। ସଉରା କଳାର ଉତ୍ପତି, ପ୍ରତୀକବାଦ ଏବଂ କୌଶଳ ବିଷୟରେ ୧୨୦ରୁ ଅଧିକ ଅଂଶଗ୍ରହଣକାରୀ ଛାତ୍ର ଏହି ଅଞ୍ଚଳର ଦେଶୀୟ ସଂସ୍କୃତି ଏବଂ ଆଜିର ବିଶ୍ୱରେ ଏହାର ପ୍ରାସଙ୍ଗିକତା ବିଷୟରେ ସେମାନଙ୍କର ବୁଝାମଣାକୁ ଅଧିକ ଗଭୀର କରିଥିଲେ।

ଛାତ୍ରଛାତ୍ରୀମାନେ ସେମାନଙ୍କ କଳା ମାଧ୍ୟମରେ ଲୋକକଥା ଏବଂ ଦୈନନ୍ଦିନ ଜୀବନର ଜୀବନ୍ତ ଚିତ୍ରଣକୁ ଦର୍ଶାଇ ଅପାର ଉତ୍ସାହ ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ସ୍ଥାନୀୟ କଳା ବିଷୟରେ ଗର୍ବ ଏବଂ ସଚେତନତା ସୃଷ୍ଟି କରିବାପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା।

ଏହି ପଦକ୍ଷେପ ସମ୍ପର୍କରେ ବଦୋନ୍ତର ବକ୍ସାଇଟ୍‍ ମାଇନ୍ସ ସିଇଓ ନିତିନ ତିୱାରୀ କହିଛନ୍ତି ଯେ ଆମର ଗୋଷ୍ଠି ବିକାଶ ପ୍ରୟାସ ଆମେ କାର୍ଯ୍ୟ କରୁଥିବା ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନରେ ଗଭୀର ଭାବରେ ରହିଛି। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଯୁବ ପୀଢିକୁ ସୋମନଙ୍କ ସୃଜନଶୀଳ ସାମର୍ଥ୍ୟ ଅନ୍ୱେଷଣ କରିବା ସହିତ ସେମାନଙ୍କ ମୂଳ ସହିତ ପରିଚିତି କରିବାକୁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖିଛୁ। ବେଦାନ୍ତର ଉଦ୍ୟମକୁ ପ୍ରଶଂସା କରି ଏକଲବ୍ୟ ମଡେଲ ଆବାସିକ ବିଦ୍ୟ।।ଳୟର ପ୍ରଧାନଶିକ୍ଷକ ସତ୍ୟ ପ୍ରକାଶ ସତ୍ୟ କହିଥିଲେ ଯେ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆମେ ବେଦାନ୍ତ ଆଲୁମିନିୟମ ପ୍ରତି କୃତଜ୍ଞ, ଯାହା ଆମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାଂସ୍କୃତିକ ମୂଳ ସହିତ ଯୋଡିଥାଏ। ସଉରା କଳା କର୍ମଶାଳା କେବଳ ସୋମନଙ୍କର କଳାତ୍ମକ ଦକ୍ଷତାକୁ ସମୃଦ୍ଧ କରିନଥିଲା ବରଂ ଓଡିଶାର ଆଦିବାସୀ ଐତିହ୍ୟ ପ୍ରତି ସେମାନଙ୍କର ସମର୍ପଣ ଭାବକୁ ମଧ୍ୟ ମଜବୁତ କରିଥିଲା। ଏହି ପଦକ୍ଷେପ ସୃଜନଶୀଳତା ଏବଂ ସାଂସ୍କୃତିକ ଗର୍ବକୁ ପୋଷଣ କରିବାରେ ଏକ ଦୀର୍ଘ ପଦରେ ସହାୟକ ହେବ।

ବେଦାନ୍ତ ଆଲୁମିନିୟମ ତୃଣମୂଳକ ସ୍ତରରେ କ୍ରୀଡା ଏବଂ ସଂସ୍କୃତି, ଶିକ୍ଷା, ଭିତ୍ତିଭୂମି, ସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ସାମଗ୍ରିକ ବିକାଶପାଇଁ ସୁଯୋଗକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଗୋଷ୍ଠିକୁ ସଶକ୍ତ କରିବାପାଇଁ ଉତ୍ସର୍ଗୀକୃତ। ଏହି ପ୍ରୟାସ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ରମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା, ଓଡିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ଦିନରେ ଗୋଷ୍ଠି ଯୋଗଦାର ଭାବନାକୁ ପ୍ରୋତ୍ସାହିତ କରିବାପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ। ଯତ୍ନ ଏବଂ ଭାଗିଦାରିର ନୈତିକତା ଉପରେ ଆଧାରିତ ବେଦାନ୍ତର ସାମାଜିକ ପ୍ରଭାବ ପଦକ୍ଷେପଗୁଡିକ କଳାହାଣ୍ଡି ଜିଲ୍‍ଲାର ୬୭ଟିଗାଁର ଦେଢ ଲୋକଙ୍କ ଏବଂ ଓଡିଶାର ୫ଲକ୍ଷ ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିପାରିଛି।

About The Author: The Sakala