ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ଣରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍‌ ଏରିଆ ଟ୍ରକ୍‌ ଓନର୍ସ ଆସୋସିଏସନ୍‌’ର ଏକ ବୈଠକରେ ଯୋଗ ଦେଇ ଅପରାହ୍ଣ ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ। ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମରେ ହଠାତ ଛାତିରେ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଆପୋଲୋ […]

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ଣରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍‌ ଏରିଆ ଟ୍ରକ୍‌ ଓନର୍ସ ଆସୋସିଏସନ୍‌’ର ଏକ ବୈଠକରେ ଯୋଗ ଦେଇ ଅପରାହ୍ଣ ୧ଟା ବେଳେ ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମକୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେରଣ୍ଡାସ୍ଥିତ ତାଙ୍କ ଆଶ୍ରମରେ ହଠାତ ଛାତିରେ ଛାତିରେ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ଯୋଡ଼ା ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ବର୍ତ୍ତମାନ ଭୁବନେଶ୍ବରର ଆପୋଲୋ ହସ୍ପିଟାଲ୍‌ରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର