ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ, ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ବହିପାରେ। ସେହିପରି ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାକୁ କାଳ ବୈଶାଖୀ ସତର୍କତା ପାଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ,କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା । ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି, ବିଜୁଳି ସହ ପବନ ର ବେଗ 50 ରୁ 60 କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ପଡିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆସନ୍ତା ୨୪ ଘଣ୍ଟା ପାଇଁ ଅନ୍ୟ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ରେ କଳାବଶାଖୀ ବର୍ଷା ସହ ଘଡ଼ଘଡ଼ି ବିଜୁଳି ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଗତ 24 ଘଣ୍ଟାରେ ବୌଧ ରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ଥିବାବେଳେ କେନ୍ଦ୍ରାପଡ଼ା ରେ ସର୍ବନିମ୍ନ 19.8 ଡିଗ୍ରୀ ରେକର୍ଡ ହୋଇଛି ।

About The Author: Madhusudan Das