ଝାରସୁଗୁଡ଼ା ଭୋଟ ଗଣତି : ୮ଟାରୁ ହେଲା ପୋଷ୍ଟାଲ୍ ବାଲାଟ୍ ଗଣତି, ସାଢ଼େ ୮ଟାରୁ ଇଭିଏମ୍

ଝାରସୁଗୁଡ଼ା : ଆଜି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ଫଳ । ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ କରାଯାଇଛି।  ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା କରାଯାଇଛି । ପୋଷ୍ଟାଲ ବାଲାଟ ଗଣତି ପରେ ସାଢେ ୮ଟାରେ ଇଭିଏମ ଖୋଲି ଗଣତି ଆରମ୍ଭ କରାଯାଇଛି । ୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବ । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ […]

ଝାରସୁଗୁଡ଼ା : ଆଜି ପ୍ରକାଶ ପାଇବ ଝାରସୁଗୁଡ଼ା ଉପନିର୍ବାଚନ ଫଳ । ସକାଳ ୮ଟାରୁ ଭୋଟଗଣନା ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ କରାଯାଇଛି।  ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା କରାଯାଇଛି । ପୋଷ୍ଟାଲ ବାଲାଟ ଗଣତି ପରେ ସାଢେ ୮ଟାରେ ଇଭିଏମ ଖୋଲି ଗଣତି ଆରମ୍ଭ କରାଯାଇଛି । ୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ହେବ । ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି କରାଯାଉଛି।

ଖରାକୁ ଦୃଷ୍ଟିରେ ରଖି ଭୋଟ ଗଣତି କେନ୍ଦ୍ରକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ। ପ୍ରତି ରାଉଣ୍ଡ ଭୋଟ ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ସେହିପରି ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟମାନେ କାଉଣ୍ଟିଂ ସେଣ୍ଟରରେ ଉପସ୍ଥିତ ରହିପାରିବେ । ଭୋଟ ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଛି । ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି।

www.result.eci.gov.in ରେ ଲଗ ଇନ୍‌ କରି ଯେକେହି ରାଉଣ୍ଡ ୱାରୀ ଫଳାଫଳ ଜାଣିପାରିବେ । ସେହିଭଳି ସନ୍ଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଘୋଷଣା ହେବ ବୋଲି ସିଇଓଙ୍କ ପକ୍ଷରୁ କୁହାଯାଇଛି । ବୁଧବାର ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ୭୯.୨୧ପ୍ରତିଶତ ଭୋଟର୍‌ ମତଦାନ କରିଥିଲେ । ସମୁଦାୟ ୧ ଲକ୍ଷ ୭୫ ହଜାର ୬୧୬ ଜଣ ମତଦାତା ଭୋଟ ଦେଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।

About The Author: The Sakala