ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଛାତ; ୨ ମୃତ ଓ ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଡ଼ବାଗ ଗାଁରେ ଗତକାଲି ରାତିରେ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଛି। ଏଥିସହ ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। । ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ […]

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଡ଼ବାଗ ଗାଁରେ ଗତକାଲି ରାତିରେ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଘରର ଛାତ ସମେତ କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଛି। ଏଥିସହ ଦୁର୍ଘଟଣାରେ ଗୋଟିଏ ପରିବାରର ୨ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। । ୨ ମୃତକ ଦୁଇ ଜଣ ହେଲେ ବଡ଼ ବାଗ ଗାଁର ରାଜେଶ ଦାସ ଓ ତାଙ୍କ ସ୍ତ୍ରୀ ରାନୀ ଦାସ। ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ। ଘଟଣାସ୍ଥଳରେ ପୁଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

About The Author: The Sakala