ଫେଲ୍‌ ମାରିଲା ଆନ୍ଧ୍ରର ଷଡ଼ଯନ୍ତ୍ର: ପଞ୍ଚାୟତ ନିର୍ବାଚନରେ ଉତ୍ସାହର ସହିତ ସାମିଲ ହେଲେ କୋଟିଆବାସୀ

ପଟ୍ଟାଙ୍ଗି: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଉତ୍ସାହର ସହିତ ସାମିଲ ହୋଇଛନ୍ତି। ଫଳରେ ଆଜି ଏଠାରେ ୬୫ ପ୍ରତିଶତ ମତଦାନ ‌ହୋଇଛି। ଓଡ଼ିଶା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ଯାୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମେତ କୋଟିଆରେ ମଧ୍ୟ ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ହୋଇଥିଲା। କୋଟିଆବାସୀ ବଡ଼ ଉତ୍ସାହର ସହିତ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ଅତିିରିକ୍ତ ଏସପି ଉତ୍କଳ ଦାସ […]

ପଟ୍ଟାଙ୍ଗି: ଓଡ଼ିଶା ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଉତ୍ସାହର ସହିତ ସାମିଲ ହୋଇଛନ୍ତି। ଫଳରେ ଆଜି ଏଠାରେ ୬୫ ପ୍ରତିଶତ ମତଦାନ ‌ହୋଇଛି। ଓଡ଼ିଶା ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ଯାୟରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମେତ କୋଟିଆରେ ମଧ୍ୟ ଆଜି ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ହୋଇଥିଲା। କୋଟିଆବାସୀ ବଡ଼ ଉତ୍ସାହର ସହିତ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଥିଲେ। ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ଅତିିରିକ୍ତ ଏସପି ଉତ୍କଳ ଦାସ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଟିଆରେ ଆଜି ୧୩ଟି ବୁଥରେ ମତଦାନ ହୋଇଥିଲା। ସବୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା ୪ଟି ସମ୍ବେଦନଶୀଳ ବୁଥରେ ଇଣ୍ଡିଆନ୍‌ ରିଜର୍ଭ ବାଟାଲିଅନ୍‌ (ଆଇଆରବି)ର ୪ ପ୍ଲାଟୁନ ପୁଲିସ ମୁତୟନ ଥିଲେ।

About The Author: The Sakala