ଜୁନିୟର ପୁରୁଷ ହକି ବିଶ୍ବକପ୍‌: ବାଜିଲା ବିଗୁଲ; ଆଜି ଫ୍ରାନ୍ସ ବିପକ୍ଷରୁ ଭାରତର ଅଭିଯାନ, ଆପରାହ୍ନରେ ମୁହାଁମୁହିଁ ହବେ ଜର୍ମାନୀ- ପାକିସ୍ତାନ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ହକିର ଆଉ ଏକ ମେଗା ଇଭେଣ୍ଟ ପୁରୁଷ କନିଷ୍ଠ ହକି ବିଶ୍ୱକପ୍। ‘ଓଡ଼ିଶା ହକି ପୁରୁଷ ଜୁନିଅର ବିଶ୍ୱକପ୍’ ଭାବେ ନାମିତ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଡିଫୋଣ୍ଡିଂ ଚାମ୍ପିଅନ୍ ଭାରତକୁ ମିଶାଇ ୧୬ ଦେଶ ଅଂଶଗ୍ରହଣ କରୁଛନ୍ତି। ଆୟୋଜକ ଭାରତ ରାତି ୮ଟାରେ ଫ୍ରାନ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏଥର ମଧ୍ୟ ଦଳ ଟାଇଟଲ୍ ବଜାୟ […]

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ହକିର ଆଉ ଏକ ମେଗା ଇଭେଣ୍ଟ ପୁରୁଷ କନିଷ୍ଠ ହକି ବିଶ୍ୱକପ୍। ‘ଓଡ଼ିଶା ହକି ପୁରୁଷ ଜୁନିଅର ବିଶ୍ୱକପ୍’ ଭାବେ ନାମିତ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଡିଫୋଣ୍ଡିଂ ଚାମ୍ପିଅନ୍ ଭାରତକୁ ମିଶାଇ ୧୬ ଦେଶ ଅଂଶଗ୍ରହଣ କରୁଛନ୍ତି।

ଆୟୋଜକ ଭାରତ ରାତି ୮ଟାରେ ଫ୍ରାନ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଏଥର ମଧ୍ୟ ଦଳ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ  ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଥିବା ବିବେକ ସାଗର ପ୍ରସାଦଙ୍କୁ ଜୁନିଅର ଭାରତୀୟ ଦଳର ନେତୃତ୍ବ ପ୍ରଦାନ କରାଯାଇଛି। ସେହିଭଳି ଭାରତୀୟ ଦଳରେ ଓଡ଼ିଶାର  ୩ଜଣ ଖେଳାଳି ଘରୋଇ ପଡ଼ିଆରେ ସେମାନଙ୍କ ଖେଳ ଦେଖାଇବାର ସୁଯୋଗ ପାଇଛନ୍ତି । ସେମାନେ ହେଲେ ଡିଫେଣ୍ଡର ସୁନୀଲ ଜୋଜୋ, ଅଭିଷେକ ଲାକ୍ରା ଓ ଫର୍‌ୱାର୍ଡ ସୁଦୀପ ଚିର୍‌ମାକୋ।

ପ୍ରଥମ ମ୍ୟାଚରେ ଶ୍ରଦ୍ଧାଞ୍ଜଳି ମୁଖ୍ୟଅତିଥି

ବେଲ୍‌ଜିୟମ୍ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସହ ପୁରୁଷ କନିଷ୍ଠ ହକି ବିଶ୍ୱକପ୍‌ର ୧୨ତମ ସଂସ୍କରଣ ଆରମ୍ଭ ହେବ। ସକାଳ ୯ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଲାଗି ଭାରତୀୟ ମହିଳା ଫୁଟବଲ ଦଳର ପ୍ରାକ୍ତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିଙ୍କ ସହ ଆନୁଷ୍ଠାନିକ ଭାବେ ପରିଚିତ ହେବାପରେ ପ୍ରତିଯୋଗିତା ଆରମ୍ଭ ହେବ।

ପୁଲ୍-ବି’ରେ ଭାରତ

ଡିପେଣ୍ଟିଂ ଚାମ୍ପିଅନ୍ ଭାରତ ପୁଲ୍-ବି’ରେ ସ୍ଥାନ ପାଇଛି। ଏହି ପୁଲ୍‌ରେ ଭାରତ ସମେତ ହକି ବିଶ୍ୱକପ୍ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି। ସେହିଭଳି ପୁଲ୍-ଏ’ରେ ବେଲ୍‌ଜିୟମ୍, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି। ଶକ୍ତିଶାଳୀ ନେଦରଲାଣ୍ଡ ସହ କୋରିଆ, ସ୍ପେନ ଓ ଆମେରିକା ପୁଲ୍  ସି’ରେ ରହିଛନ୍ତି। ସର୍ବାଧିକ ୬ଥର ବିଶ୍ଵକପ୍ ବିଜେତା ଜର୍ମାନୀ ସହ  ଆର୍ଜେଣ୍ଟିନା, ଇଜିପ୍ଟ ଓ ପାକିସ୍ତାନ ପୁଲ୍-ଡି’ରେ ସ୍ଥାନ ପାଇଛନ୍ତି।

About The Author: The Sakala