ପ୍ରବଳ ବର୍ଷାରେ ଓଡିଶା ବେହାଲ; ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ଲଘୁଚାପ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ବର୍ଷା। ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା। ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ […]

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା। ଦୁଇ ଦିନ ହେଲା ବର୍ଷୁଛି। ସକାଳରୁ ରାତି ଯାଏ ଲାଗି ରହିଛି ଝଡି ବର୍ଷା। ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ଏହି ଲଘୁଚାପ ବର୍ଷା। ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା। ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି। ଲଘୁଚାପ ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି।

ପାରାଦୀପରେ ୨୧୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୯୩ ମିମି ବର୍ଷା ହୋଇଛି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବର୍ଷା ସାଙ୍ଗକୁ ପବନ ଯୋଗୁଁ ଲୋକମାନଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ସ୍ଥିତି। ତେବେ ଲଘୁଚାପ କାରଣରୁ ୫୭ ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଯଦି ଦେଖିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ସେପଟେ ଟ୍ୱିନସିଟିରେ ୬ ଘଣ୍ଟା ପାଇଁ ରେଡ଼ ଆଲର୍ଟ ଜାରି ହୋଇଛି। ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

About The Author: The Sakala