ମେ’ ମାସରେ ପ୍ରବଳ ତାତି

ଭୁବନେଶ୍ୱର: ମେ’ ମାସରେ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। ସାରା ରଜ୍ୟରେ ଟାଣ ଖରା ସହ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ତାତି ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ଏପ୍ରିଲ୍‌‌ ତୁଳନାରେ କମ୍‌‌ ରହିବ। ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ (ହିଟ୍‌‌ ୱେଭ୍‌‌) ପରିସ୍ଥିତି ସୃଷ୍ଟି ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଭାଗ ପକ୍ଷରୁ ମେ’ ମାସ ପାଇଁ ଜାରି ହୋଇଥିବା ମାସିକିଆ ଆଇଟ୍‌‌ଲୁକ୍‌ ଆକଳନ ରିପୋର୍ଟରେ ଦର୍ଶାଯାଇଛି ଯେ ମେ’ […]

ଭୁବନେଶ୍ୱର: ମେ’ ମାସରେ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। ସାରା ରଜ୍ୟରେ ଟାଣ ଖରା ସହ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ତାତି ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ଏପ୍ରିଲ୍‌‌ ତୁଳନାରେ କମ୍‌‌ ରହିବ। ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ (ହିଟ୍‌‌ ୱେଭ୍‌‌) ପରିସ୍ଥିତି ସୃଷ୍ଟି ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଭାଗ ପକ୍ଷରୁ ମେ’ ମାସ ପାଇଁ ଜାରି ହୋଇଥିବା ମାସିକିଆ ଆଇଟ୍‌‌ଲୁକ୍‌ ଆକଳନ ରିପୋର୍ଟରେ ଦର୍ଶାଯାଇଛି ଯେ ମେ’ ମାସରେ ଓଡ଼ିଶା ବର୍ଷାର ସମ୍ଭାବନା କମ୍‌‌ ରହିଛି। ସାଧରଣତଃ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ଆସିବା ଯୋଗୁଁ କାଳବୈଶାଖୀ ଜନିତ ବର୍ଷା ହୋଇଥାଏ।

ହେଲେ ମେ’ ମାସରେ ଏହାର ସମ୍ଭାବନା କମ ରହିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଏହାଦ୍ୱାରା ତାପମାତ୍ରା ବିଶେଷ ବୃଦ୍ଧି ହୋଇପାରୁ ନାହିଁ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

About The Author: The Sakala