ସଂକ୍ରମଣ କମିଛି ହେଲେ ବିପଦ ଟଳିନି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଇଛି। ଏଭଳି ସଂକ୍ରମଣ ତଳମୁହାଁ ରହିଲେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଭଲ ସ୍ଥିତି ଆସିବ।  ଯାହାଫଳରେ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଜିଲ୍ଲା ସ୍ତରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ  ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।  ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି […]

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଇଛି। ଏଭଳି ସଂକ୍ରମଣ ତଳମୁହାଁ ରହିଲେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ଭଲ ସ୍ଥିତି ଆସିବ।  ଯାହାଫଳରେ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଜିଲ୍ଲା ସ୍ତରରେ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ  ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।  ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି । ତଥାପି ତୃତୀୟ ଲହରର ମୁକବାଇଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯାଉଛି ।

ଏବେ ବି ରାଜ୍ୟରେ ଡେଲଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି । ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ସଂକ୍ରମଣ ସଂଖ୍ୟା କାମୁଥିଲେ ବି ବିପଦ ଟଳିନାହିଁ । ବର୍ତ୍ତମାନ ସୁଧା ୯୨ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ଏହା ଗୋଟିଏ ଭଲ ଉପଲବ୍ଧି । ୧୫ ରୁ ୧୮ ବର୍ଷର ପିଲା ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ତ୍ୱରାନ୍ୱିତ କରାଯାଇଛି । ଏବେ ଦୈନିକ ଟେଷ୍ଟିଂ ୬୮ ହଜାରରୁ ୬୯ ହଜାର ଟେଷ୍ଟ କରାଯାଉଛି । ଟେଷ୍ଟିଂ ହାର କମିନାହିଁ । ଦେଶରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି । ଏହା ଗୋଟିଏ ଭଲ ସ୍ଥିତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

About The Author: The Sakala