ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

ବାଲେଶ୍ୱର: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ। ଓଡ଼ିଆ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ତଥା ବିଭାଗୀୟ ମୁଖ୍ୟଙ୍କ ନାମରେ ଆସିଛି ଅଭିଯୋଗ। ଏନେଇ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନିକଟକୁ ଅଭିଯୋଗ ଯାଇଛି। ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ତୁରନ୍ତ ଏଚ୍ଓଡି ପଦରୁ ହଟାଇବା ସହିତ କଲେଜ ଆନ୍ତରିଣ କମିଟିକୁ ତଦନ୍ତ ଭାର ଦିଆଯାଇଥିବା ସୂଚନା ମିଳିଛି। ତେବେ ଆସନ୍ତା ୧୫ ତାରିଖ ଦିନ ଅଭିଯୋଗ କରିଥିବା ଛାତ୍ରୀ କଲେଜ କତ୍ତୃପକ୍ଷଙ୍କ ନିକଟରେ ବୟାନ ଦେବାକୁ କୁହାଯାଇଛି। 

About The Author: Madhusudan Das