ରକ୍ତ ରଞ୍ଜିତ ହେଲା କଳିଙ୍ଗ ଷ୍ଟାଡିୟମ୍‌ ଛକ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯିବାର ଦୁଇ ଦିନ ନ ପୂରୁଣୁ ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ ଛକରେ ହୋଇଛି ସଂଘବଦ୍ଧ ଆକ୍ରମଣ । ସାମାନ୍ୟ ଖଟିକୁ କେନ୍ଦ୍ର କରି କଳିଙ୍ଗ ଷ୍ଟାଡିୟମ ଛକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଲହୁଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୟାପଲ୍ଲୀ ବେହେରା ସାହିର ବବୁଲ […]

ଭୁବନେଶ୍ୱର: ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯିବାର ଦୁଇ ଦିନ ନ ପୂରୁଣୁ ରାଜଧାନୀର କଳିଙ୍ଗ ଷ୍ଟାଡିୟମ୍‌ ଛକରେ ହୋଇଛି ସଂଘବଦ୍ଧ ଆକ୍ରମଣ । ସାମାନ୍ୟ ଖଟିକୁ କେନ୍ଦ୍ର କରି କଳିଙ୍ଗ ଷ୍ଟାଡିୟମ ଛକରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଲହୁଲୁହାଣ କରିଛନ୍ତି କିଛି ଦୁର୍ବୃତ୍ତ । ଗୁରୁତର ଆହତ ହୋଇଥିବା ଯୁବକ ଜଣକ ନୟାପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ ବୋଲି ଜଣାପଡିଛି । ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୋଟିଏ ପଟେ ପୋଲିସ ନାଇଟ ପେଟ୍ରୋଲିଂ ପାଇଁ ପଇଁତରା ମାରୁଥିବା ବେଳେ ଅନ୍ୟପଟେ ରାଜଧାନୀର ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି ।ସୂଚନା ଅନୁସାରେ, ଗୋଟିଏ ଗୋଷ୍ଠୀର କିଛି ପିଲା ଷ୍ଟାଡିୟମ ନିକଟରେ ବସି ଚା’ ପିଉଥିବା ବେଳେ ଆଉ ଏକ ଗୋଷ୍ଠୀର ପିଲା ତାଙ୍କୁ ଆସି ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବ ଗଣେଶ ପୂଜା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । କଥା କଟା କଟି ହୋଇଥିଲା । ଆଉ ଏହି ଘଟଣାକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି ।

About The Author: The Sakala