ପ୍ରେମିକ ସହିତ ମିଶି ଯୁବତୀର ଜଘନ୍ୟକାଣ୍ଡ; ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇଙ୍କୁ ହତ୍ୟା !

କୋରାପୁଟ: ପ୍ରେମ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇଙ୍କୁ ହତ୍ୟା କଲା ଯୁବତୀ । ପ୍ରେମିକ ସହିତ ମିଶି ଏପରି ଜଘନ୍ୟକାଣ୍ଡ ଘଟାଇଛି ଯୁବତୀ ଜଣକ । କୋରାପୁଟ ଜିଲ୍ଲା ଜୟପୁରର ବୋରିଗୁମ୍ମାରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଗତ ୨୧ତାରିଖରୁ ନିଖୋଜ ଥିବା ମା, ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଜୟପୁର କୋଟପାଡ଼ ଥାନା ଅଞ୍ଚଳର ଏକ କେନାଲ ନିକଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର ହୋଇବାବେଳେ ଜୟନ୍ତଗିରି ନିକଟ କେନାଲରୁ ମାଆର ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ମାଆ ପୁଅ ନିଖୋଜ ଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ଝିଅ ସ୍ଥାନୀୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ତାଙ୍କ ମାଆ ଓ ଭାଇ। ଏଥିପାଇଁ ପ୍ରେମିକଙ୍କ ସହ ମିଶି ନିଜ ମା ଓ ଭାଇକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ଘଟଣାରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। 

About The Author: Madhusudan Das