ବ୍ରହ୍ମପୁର: ସ୍ଥାନୀୟ ୭ ନମ୍ୱର ୱାର୍ଡସ୍ଥିତ ଗ୍ରାମଦେବତି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ଜିରୋ ଜିପିଏସ୍’ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗଦେଇଥିଲେ। ଜିଲ୍ଳାପାଳ ଏହି ଅଭିଯାନର ଶୁଭାରମ୍ଭ କରି ନିୟମିତ ସଫେଇ ନ ହେଲେ ଘାସ ବଢ଼଼ିବା ଓ ସେଠାରେ ମଶା ମାଛି ଜନ୍ମ ନେଇ ସେଥିରୁ ମ୍ୟାଲେରିଆ ସହ ଅନ୍ୟାନ୍ୟ ରୋଗ ବ୍ୟାପିଥାଏ ବୋଲି କହିଥିଲେ। ସେହିଭଳି ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ନାଳରେ ପାଣି ଜମିଥାଏ। ତେଣୁ ସହରବାସୀ ବଜାରକୁ ଗଲେ ଘରୁ ବ୍ୟାଗ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏଥିଦ୍ୱାରା ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କମିବ। କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ବେଳେ ମାଟି, ବାଲି, ଗୁଡ଼ି ରାସ୍ତା ଉପରେ ପକାଇ ଦିଅନ୍ତି। ବର୍ଷା ହେଲେ ଏହି ମାଟି ଯାଇ ନର୍ଦ୍ଦମାରେ ମିଶିବା ସହ ଭର୍ତ୍ତି ହୋଇ ଯାଇଥାଏ। ଯଦ୍ୱାରା ବର୍ଷା ଜଳ ଏବଂ ମଇଳା ଜଳ ନିଷ୍କାସନ ହୋଇପାରୁନି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ। ଏଣୁ ଜିପିଏସ୍ ଅଭିଯାନ ସମୟରେ ଅନାବନା ଘାସକୁ ସଫା କରାଯିବ ଓ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି। ସହରକୁ ସ୍ୱଚ୍ଛ ରଖିବା ଦିଗରେ ମହାନଗର ଯଥା ସମ୍ଭବ ଚେଷ୍ଟା କରୁଛି। ସଫେଇ କର୍ମଚାରୀମାନେ ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। ଜିରୋ ଜିପିଏସ୍ ସହରର ସ୍ୱଚ୍ଛତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମହାନଗର ନିଗମ ଆୟୁକ୍ତ କହିଥିଲେ। କାହ୍ନୁ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥବା ବେଳେ ଏନ୍ଫୋର୍ସମ୍ୟାଣ୍ଟ ଅଫିସର ତୁରଣକାନ୍ତଙ୍କ ସହ ମହାନଗର ନିଗମର ବହୁ କର୍ମଚାରୀ, ସଫେଇ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ବଜାରକୁ ଗଲେ ଘରୁ ବ୍ୟାଗ୍ ନିଅନ୍ତୁ- ଜିଲ୍ଳାପାଳ
ବ୍ରହ୍ମପୁର: ସ୍ଥାନୀୟ ୭ ନମ୍ୱର ୱାର୍ଡସ୍ଥିତ ଗ୍ରାମଦେବତି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ଜିରୋ ଜିପିଏସ୍’ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଯୋଗଦେଇଥିଲେ। ଜିଲ୍ଳାପାଳ ଏହି ଅଭିଯାନର ଶୁଭାରମ୍ଭ କରି ନିୟମିତ ସଫେଇ ନ ହେଲେ ଘାସ ବଢ଼଼ିବା ଓ ସେଠାରେ ମଶା ମାଛି ଜନ୍ମ ନେଇ ସେଥିରୁ ମ୍ୟାଲେରିଆ ସହ ଅନ୍ୟାନ୍ୟ ରୋଗ ବ୍ୟାପିଥାଏ ବୋଲି କହିଥିଲେ। […]