ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ: ଜଣେ ମହିଳାଙ୍କ ସମେତ ୩ ଗିରଫ, ୧୨୬ ଲିଟର ମଦ ଜବତ

ବାଲୁଗାଁ: ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାଲୁଗାଁ ଏବଂ ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ମିଳିତ ଭାବେ ଚଢାଉ କରି ୧୨୬ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ସକାଳେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ନମିତା […]

ବାଲୁଗାଁ: ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାଲୁଗାଁ ଏବଂ ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ମିଳିତ ଭାବେ ଚଢାଉ କରି ୧୨୬ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ନମିତା ନାୟକ ସମେତ ପୋଲିସ ଓ ଅବକାରୀ କର୍ମଚାରୀମାନେ ମିଳିତ ଭାବେ ବେଆଇନ ଚୋରା ମଦ କାରବାର ଚାଲିଥିବା ବାଲୁଗାଁ ଏବଂ ବାଣପୁରର ବିଭିନ୍ନ ଅଞ୍ଚଳରେ ଚଢାଉ ଅଭିଯାନ ଆରମ୍ଭ କରିଥିଲେ। ଏହି ଚଢାଉ ବେଳେ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଗ୍ରାମ ଏବଂ ବାଣପୁର ଥାନା ଅନ୍ତର୍ଗତ ପାଟପୁର ଓ ଦଣ୍ଡିଗାଡ଼ିଆ ଗ୍ରାମରୁ ୧୧୮ ଲିଟର ଦେଶୀ ମଦ ଏବଂ ୮ ଲିଟର ଆସ୍କା ଫର୍ଟି, ମୋଟ ୧୨୬ ଲିଟର ଚୋରା ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏ ନେଇ ଅବକାରୀ ବିଭାଗ କେଶ୍ ନଂ- ୨୯, ୪୭ ଏବଂ ୪୮ ରେ ତିନିଟି ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

About The Author: The Sakala