ବିଶାଖାପାଟଣାରେ ହେଲା BSKYରେ ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ ପରିବାର

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି। ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି । ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହଛନନ୍ତି ଯେ, ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ […]

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି। ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା ଏହି କାର୍ଡ ମାଧ୍ୟମରେ ଦେୟମୁକ୍ତ ଭାବେ ହୋଇପାରୁଛି ।

ବରଗଡ଼ ଜିଲ୍ଲା ଅମ୍ବାପାଲି ଗ୍ରାମର ଦିବ୍ୟା ସେଠ୍ କହଛନନ୍ତି ଯେ, ମୋ ସାନ ଭଉଣୀ ସ୍ନେହା ସେଠ୍ ପ୍ରାୟ ୧ ବର୍ଷ ହେଲା ବ୍ଲଡ୍ କ୍ୟାନସର ରୋଗରେ ଆକ୍ରାନ୍ତ ଥିଲା । ବିଭିନ୍ନ ଜାଗାରେ ଚିକିତ୍ସା କରାଯାଇଥିଲା । BSKY କାର୍ଡ ଦ୍ଵାରା ବିଶାଖାପାଟଣା ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଥିବା ଜଣେ ମହିଳାଙ୍କ ଠାରୁ ଶୁଣି ଆମେ ସେଠାକୁ ଗଲୁ । BSKY ଟିମ ସହଯୋଗ କଲେ। ହସ୍ପିଟାଲରେ ମୋ ଭଉଣୀର ମାଗଣା ଆଡମିସନ, ବିଭିନ୍ନ ପରୀକ୍ଷା, ଚିକିତ୍ସା ଓ ବୋନ୍ ମାରୋ ପ୍ରତିରୋପଣ ହେଲା । ବର୍ତ୍ତମାନ ମୋର ସାନ ଭଉଣୀ ସ୍ନେହା ସୁସ୍ଥ ଅଛି ।

ମୋର ଭଉଣୀ ଜୀବନ ବଞ୍ଚାଇଥିବାରୁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ହସପିଟାଲର ଡାକ୍ତରମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଜଣାଉଛୁ । ରାଜ୍ୟ ସରକାରଙ୍କ  BSKY ଯୋଜନା ମାଧ୍ୟମରେ ଜଣେ ନାବାଳିକାର କ୍ୟାନସର ଚିକିତ୍ସା ସଫଳତାର ସହ ହୋଇ ପାରିଥିବାରୁ ସ୍ଥାନୀୟ ବୁଦ୍ଧିଜିବୀ ଓ ଜନସାଧାରଣ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

About The Author: The Sakala