ଜାନୁଆରୀ ଶେଷରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ‘ସୁଭଦ୍ରା’କୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ […]

ଭୁବନେଶ୍ୱର: ‘ସୁଭଦ୍ରା’କୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍‌ ଇନ୍‌ ନ କରିପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

About The Author: The Sakala