କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ପୂର୍ବତନ ବିଜେଡି ବିଧାୟକ ଆୟୁବ ଖାଁଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୮ବୟସ ହୋଇଥିଲା । ଆଜି ନିଜ କଣ୍ଟାବାଞ୍ଜି ସ୍ଥିତ ବାସଭବନ ଠାରେ ସକାଳ ୮.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ ।
କଣ୍ଟାବାଞ୍ଜିରୁ ୨ ଥର ବିଧାୟକ ଥିଲେ ଆୟୁବ ଖାଁ । କଣ୍ଟାବାଞ୍ଜିବାସୀ ତାଙ୍କୁ ଅନେକ ସମୟରେ ବିକାଶ ପୁରୁଷ ମଧ୍ୟ କହନ୍ତି । କଣ୍ଟାବାଞ୍ଜି ପାଇଁ ଅନେକ ଅବଦାନ ମଧ୍ୟ ରହିଛି । ତେବେ ତାଙ୍କର ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି ।