ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଆତଙ୍କ, ୫ ମେଣ୍ଢା ମୃତ୍ୟୁ

ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି।  ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ […]

ଭୁବନେଶ୍ବର : ପ୍ରାୟ ଦୁଇ ରୁ ତିନି ବର୍ଷ ପରେ ପୁଣି ନିଆଳି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ ଖବର ସାମ୍ନାକୁ ଆସିଛି। ନିଆଳି ବାଘମରା ଗାଁର ବିରଞ୍ଚି ଦାସଙ୍କର ୫ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ମେଣ୍ଢା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଣିଥରେ ନିଆଳିରେ ମେଣ୍ଢା ମଡକକୁ ନେଇ ମେଣ୍ଢା ପାଳକମାନେ ଆତଙ୍କିତ ହୋଇପଡିଛନ୍ତି।  ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି।

ସୂଚନାଯୋଗ୍ୟ ଗତଦିନରେ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ୪୦୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ସେହି ସମୟରେ ପ୍ରାୟ ସମସ୍ତ ମେଣ୍ଢାଙ୍କୁ ସମାନ ଢଙ୍ଗରେ ମେଣ୍ଢାଙ୍କ ମୃତ୍ୟୁ ହେଉଥିବା । ମେଣ୍ଢାଙ୍କ ପେଟ ଚିରା ହୋଇ କଲିଜା ଗାଏବ ହୋଇ ଯାଉଥିଲା।

 

 

 

About The Author: The Sakala