ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ; ଜଣେ ଗୋରୁ ତସ୍କର ଗୁରୁତର, ୨ ପୋଲିସ କର୍ମଚାରୀ ଆହତ

କେନ୍ଦୁଝର :କେନ୍ଦୁଝରରେ ବେଆାଇନ ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ତସ୍କର ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳର କୁଲାଢାବୁଣି ନିକଟରେ ଗୋରୁ ଚଳାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଚାଲାଣକାରୀ ପୋଲିସ ଉପରକୁ […]

କେନ୍ଦୁଝର :କେନ୍ଦୁଝରରେ ବେଆାଇନ ଗୋରୁ ଚାଲାଣକାରୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ତସ୍କର ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳର କୁଲାଢାବୁଣି ନିକଟରେ ଗୋରୁ ଚଳାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଚାଲାଣକାରୀ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇବା ପରେ ପୋଲିସ ବାଧ୍ୟ ହୋଇ ତାଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା । ଯେଉଁଥିରେ ଜଣେ ଗୋଚାଳକାରୀଙ୍କ ଗୋଡରେ ଦୁଇଟି ଗୁଳି ବାଜିଥିଲା ଓ ଗୋଚାଲାଣକାରୀଙ୍କ ଗୁଳିରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୁଲିସ୍ ୩ଟି ଯାକ ଗୋରୁ ଭର୍ତ୍ତି ପିକ୍‌ଅପ୍ ଭ୍ୟାନ ଜବତ କରିଥିବା ବେଳେ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି।

ଆହତ ଗୋଚାଲାଣକାରୀକୁ ପୋଲିସ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ସ୍ଥାନାନ୍ତର କରିଛି ଓ ଆହତ ପୋଲିସ କର୍ମଚାରୀ ଦୁଇ ଜଣ ହରିଚନ୍ଦନପୁର ସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁସାର ଗୋଚାଲାଣକାରୀ ଜଣଙ୍କ କେନ୍ଦୁଝର ଜିଲ୍ଲା ସାନ୍ତରାପୁର ଅଞ୍ଚଳର ଆରିଫ ଖାନ ବୋଲି ଜଣାପଡିଛି । ତାଙ୍କ ନାଁରେ ଆଗରୁ ଅନେକ କେସ୍ ରହିଥିବା ସୂଚନା ମିଳିଛି ।

About The Author: The Sakala