କଟକ: ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ସାଂସଦ । ନିଜ ଦଳର ଜଣେ ମହିଳା କର୍ମୀଙ୍କୁ ଫୋନରେ ଦୁବ୍ୟବହାର କରିବା ଘଟଣାରେ ବିବାଦୀୟ ହୋଇପଡ଼ିଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଝିରପାଣି ଥାନାରେ ଶ୍ରୀ ଓରାମଙ୍କ ନାମରେ ଏକ ଏତଲା ଦେଇଥିଲେ ନିଜ ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରି। ତେବେ ଏହି ମାମଲାରେ ଗିରଫଦାରି ଏଡାଇବା ପାଇଁ ସାଂସଦ ଶ୍ରୀ ଓରାମ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଏହି ମାମଲାର ଶୁଣାଣି କରି ଶ୍ରୀ ଓରାମଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।
ସେହିପରି ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ମୟୁରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ଯାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଜାନୁଆରୀରେ ଏତଲା ହୋଇଥିଲା । ଜିଲ୍ଲା କାର୍ଯ୍ଯାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ଯବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅସ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳି ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟ ବିଶ୍ବେଶ୍ବର ଆଗୁଆ ଜାମିନ ଆବେଦନ କରିଛନ୍ତି ।