ଏସ୍‍ସିବିରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା, ପ୍ରଥମ ରୋଗୀଭାବେ ଭର୍ତ୍ତିହେଲେ କଟକର ଅନ୍ନପୂର୍ଣ୍ଣା

କଟକ : ଏସ୍‍ସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା। ପ୍ରଥମ ରୋଗୀଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଡ଼ଖିରି ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‍ମୋ ଚିକିତ୍ସା କରାଯାଇଛି। ଅନ୍ନପୂର୍ଣ୍ଣା ୪ ନମ୍ବର କୋଭିଡ୍‍ ୱାର୍ଡରେ ଚିକିତ୍ସାଧୀନ ଥିଲେ। ତାଙ୍କ ଫୁସଫୁସ୍‍ରେ ସଂକ୍ରମଣ ରହିଛି। ତେଣୁ ତାଙ୍କୁ ଇକ୍‌ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଡାକ୍ତରୀ ଦଳ ବିଚାର ବମର୍ଷ କରିବା ପରେ ମେଡିକାଲରେ ପ୍ରଥମ କରି ତାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଗତକାଲି ରାତିରେ ତାଙ୍କୁ ଇକ୍‌ମୋ […]

କଟକ : ଏସ୍‍ସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା। ପ୍ରଥମ ରୋଗୀଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଡ଼ଖିରି ଗ୍ରାମର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‍ମୋ ଚିକିତ୍ସା କରାଯାଇଛି। ଅନ୍ନପୂର୍ଣ୍ଣା ୪ ନମ୍ବର କୋଭିଡ୍‍ ୱାର୍ଡରେ ଚିକିତ୍ସାଧୀନ ଥିଲେ। ତାଙ୍କ ଫୁସଫୁସ୍‍ରେ ସଂକ୍ରମଣ ରହିଛି। ତେଣୁ ତାଙ୍କୁ ଇକ୍‌ମୋ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଡାକ୍ତରୀ ଦଳ ବିଚାର ବମର୍ଷ କରିବା ପରେ ମେଡିକାଲରେ ପ୍ରଥମ କରି ତାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଗତକାଲି ରାତିରେ ତାଙ୍କୁ ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗରୁ ଆସିଥିବା ଏକ ସ୍ୱତନ୍ତ୍ର ଡାକ୍ତାରୀ ଦଳ ସହ ମିଶି ପ୍ରଶିକ୍ଷଣ ନେଇଥିବା ଏସ୍‍ସିବି ମେଡିକାଲର ଡାକ୍ତରୀ ଟିମ୍‍ ଅନ୍ନପୂର୍ଣ୍ଣାଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସିଟିଭିଏସ୍‍ର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ମନୋଜ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଚିକିତ୍ସା ଶନିବାର ବିଳମ୍ବିତ ରାତ୍ରିରେ ଆରମ୍ଭ କରାଯାଇଛି। ଫଳରେ ଏସ୍‍ସିବି ମେଡିକାଲ ତଥା ରାଜ୍ୟ ସ୍ୱାସ୍ଥ୍ୟସେବାରେ ଆଉ ଏକ ଅଧ୍ୟାୟ ଯୋଡିହୋଇଛି।

ସୂଚନାଥାଉ କି, ପୂର୍ବଭାରତରେ ପ୍ରଥମକରି କଟକର ଏସ୍‍ସିବି ମେଡିକାଲରେ ମାଗଣା ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଏହା ଦେଶର ସର୍ବବୃହତ୍ତ ଏକ୍‍ମୋ ୟୁନିଟ୍‍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଇକ୍‌ମୋ ୟୁନିଟ୍‍କୁ ଉଦ୍‍ଘାଟନ କରି ରାଜ୍ୟବସୀଙ୍କ ଲାଗି ଉତ୍ସର୍ଗ କରିଥିଲେ। ଏହାର ଗୋଟିଏ ଦିନ ପରେ ପ୍ରଥମ ରୋଗୀଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ତେବେ ଏହି ଅତ୍ୟାଧୁନିକ ଚିକିତ୍ସା ଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଏସ୍‍ସିବି ମେଡିକାଲର କାର୍ଡ଼ିଓଥୋରାସିସ୍‍ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‍) ବିଭାଗର ଗ୍ରାଉଣ୍ଡ ଫ୍ଲୋରରେ ୩ଟି ଇକ୍‌ମୋ ମେସିନ ଇନଷ୍ଟଲ କରାଯାଇ ଆଇସୋଲେସନ ବ୍ୟବସ୍ଥା ହୋଇଛି। ଉକ୍ତ କୋଠାର ୪ର୍ଥ ମହଲାରେ ଅବଶିଷ୍ଟ ୬ଟି ମେସିନକୁ ନେଇ ଇକ୍‌ମୋ ଆଇସିୟୁ ୟୁନିଟ ପ୍ରତିଷ୍ଠା କରାଯାଇଛି। ତେବେ ଇମ୍‍କୋ ଚିକିତ୍ସା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସହ ମାନବ ସମ୍ବଳର ଆବଶ୍ୟକ ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଏସ୍‍ସିବି ମେଡିକାଲର ୧୯ଜଣିଆ ଟିମ୍‍ ପଶ୍ଚିମବଙ୍ଗ ଯାଇ ସେଠାରେ ଏକ୍‍ମୋ ଚିକିତ୍ସା ଦିଆଯାଉଥିବା ମେଡିକା ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ଫେରିଥିଲେ। ଆସନ୍ତାକାଲି ଏହି ୟୁନିଟ୍‍କୁ ଉଦ୍‍ଘାଟନ କରାଯିବା ପରେ ପ୍ରଥମ ରେଗୀଭାବେ କିଏ ଚିକିତ୍ସା ହେବେ ଏନେଇ ଡାକ୍ତରୀ ଟିମ୍‍ ବିଚାର ବିମର୍ଶ କରିଥିଲେ। ଏପରିକି ପ୍ରଥମ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ଲାଗି ପଶ୍ଚିମବଙ୍ଗ ମେଡିକା ହସ୍ପିଟାଲର ଡାକ୍ତର ଦୀପରଞ୍ଜନ, ପର୍ଫ୍ୟୁସିନିଷ୍ଟ ଦେବଲାଲ ଓ ଜଣେ ଫିଜିସିଆନ୍‍ ଆସି ଏସ୍‍ସିବି ମେଡିକାଲରେ ଆଜି ପହଞ୍ଚିଥିଲେ। ସେମାନେ କଟକର ଡାକ୍ତରୀ ଦଳ ସହ ଆଲୋଚନା କରବା ପରେ ପ୍ରଥମ ରେଗୀ ଭାବେ ଅନ୍ନପୁର୍ଣ୍ଣାଙ୍କୁ ଇକ୍‌ମୋ ୟୁନିଟକୁ ନିଆଯାଇଥିବା ଜଣାପଡ଼ିଛି।

About The Author: The Sakala