କଟକ: ଏସ ସି ବି ମେଡିକାଲ କ୍ୟାମ୍ପସରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ପାଣି ଟାଙ୍କି ଉପରୁ ତଳକୁ ଡେଇଁବାକୁ ଉଦ୍ୟମ କଲେ ଯୁବକ । ଦୀର୍ଘ ସମୟ ହାଇଡ୍ରାମା କରିବା ପରେ ତଳକୁ ଡେଇଁଥିଲେ ଯୁବକ । ଗୁରୁତର ଅବସ୍ଥାରେ କାଜ୍ୟୁଆଲଟିରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ମାନସିକ ରୋଗୀ ହୋଇଥିବା ଜଣାପଡ଼ିଛି । ଯୁବକ ଜଣକ ଯାଜପୁର ଟାଉନ ଅଞ୍ଚଳର ରାଜେଶ ପରିଡା ବୋଲି ଜଣାପଡିଛି ।